
ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଅନ୍ତର୍ଗତ ଦୁଧୁଯୋରୀ ଗ୍ରାମ ପଞ୍ଚାୟତ କଞ୍ଚିଚୁଆ ଏବଂ ହରିଡ଼ାବାହାଳୀ ମୋୖଜା ର ୭. ୬ ଏକର ଜମି ରେ ୨୦୧୮ ମସିହାରେ ମନଲିଥିକ ନାମ ରେ ସ୍ଥାପିତ ହୋଇଥିବା ୱାସିଂଙ୍ଗ ପ୍ଲାଣ୍ଟ କୁ ନେଇ ଏବେ ଚିନ୍ତା ଅଞ୍ଚଳ ବାସୀ | ପରିବେଶ ନିୟନ୍ତ୍ରଣ ବୋର୍ଡ ର ଧଜିଆ ଉଡେଇ ନିଜର ଶିଳ୍ପ କାର୍ଯ୍ୟ କରୁଥିବା ଏହି ଶିଳ୍ପ ସଂସ୍ଥା ପାଇଁ ଏବେ ସ୍ଥାନୀୟ ଅଞ୍ଚଳ ଚାଷୀ ମାନେ ଅନେକ ଚିନ୍ତା ରେ ରହିଥିବା ବେଳେ ଏହାକୁ ନେଇ ପ୍ରତିବାଦ ଆରମ୍ଭ କରିବା ନଜର କୁ ଆସିଲାଣି | ଖବର ମୁତାବକ ଏହି ଶିଳ୍ପ ସଂସ୍ଥା ଟି ନିଜ ପ୍ଲାଣ୍ଟ ରେ କ୍ରୋମାଇଟି କୁ ୱାସିଂଙ୍ଗ କରିବା ପରେ ସେଥିରୁ ବାହାରୁଥିବା ବିଷାକ୍ତ ଜଳ କୁ ସିଧା ସଳଖ ଚାଷୀ ଙ୍କ ଜମିକୁ ଛାଡି ଦେବା ଫଳରେ ଚାଷୀ ମାନେ ଅନେକ କ୍ଷତି ଗ୍ରସ୍ତ ହୋଇ ପଡିବ ସହ ଚାଷ ଉଜୁଡି ଯାଉଛି | ଏହି ଶିଳ୍ପର ବିଷାକ୍ତ ୱାସିଂଙ୍ଗ ଜଳ ଚାଷୀ ଙ୍କ ଜମିକୁ ସିଧା ସଳଖ ପ୍ରବାହିତ ହୋଉଥିବା ଦେଖିବାକୁ ମିଳୁଥିବା ବେଳେ ପରିବେଶ ନିୟନ୍ତ୍ରଣ ଅଧିକାରୀ ଏ ସବୁ ଦେଖି ଆଖି ବୁଜି ନିଘୋଡ଼ ନିଦ ରେ ଶୋଇପଡିଛନ୍ତି | ଖାଲି ସେତିକି ନୁହେଁ ଏହି ବିଷାକ୍ତ ଜଳ ପାଇଁ ସ୍ଥାନୀୟ ପଞ୍ଚାୟତ ର କଞ୍ଚିଚୁଆ ହରିଡ଼ାବାହାଳୀ, ପୁବଳ ଦଳକୀ, ମୁଣ୍ଡାକୁଳ, ଅଞ୍ଚଳ ରେ ଅନେକ ଶିଶୁ ଏବଂ ମହିଳା ଏବଂ ଯୁବକ ବୟସ୍କ ବ୍ୟକ୍ତି ଚର୍ମ ରୋଗ, କୀଡୀନି ରୋଗ, ହଇଜା, ଟିଭି ଭଳି ନାନା ଡି ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖ ରେ ପଡୁଥିବା ଦେଖିବାକୁ ମିଳିଛି | ସେହିଭଳି ଉକ୍ତ ଶିଳ୍ପ ୨୦୨୪ ମସିହାରେ ନିଜର ଜନ ଶୁଣାଣି କରି ଶିଳ୍ପ ସଂସ୍ଥା ର ବୃଦ୍ଧି କରିବା କୁ ଅନୁମତି ସର୍ତ୍ତମୂଳକ ଭାବରେ ପାଇଥିବା ବେଳେ ଏହି ମୌଜା ଅଞ୍ଚଳ ରେ ଥିବା ଏକର ଏକର ଶାଳ ଜଙ୍ଗଲ ଜମିରୁ ଶାଳ ଗଛ କୁ ବେଆଇନି ଭାବରେ ନଷ୍ଟ କରିଥିବା ବେଳେ ଏଥିପ୍ରତି ସୁକିନ୍ଦା ବନ ବିଭାଗ କିମ୍ବା କଟକ ବନଖଣ୍ଡ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ରୁ ଶିଳ୍ପ ସଂସ୍ଥା କ୍ରୋମାଇଟି ୱାସିଂଙ୍ଗ ପରେ ସେଥିରୁ ବାହାରୁଥିବା ବିଷାକ୍ତ ମାଟିକୁ ଜଙ୍ଗଲ ମଧ୍ୟ ରେ ପର୍ବତ ଆକାର ରେ ଗଦା କରି ଖୋଲା ମେଲା ଛାଡି ଦେଇଛି ଯାହା ଦ୍ଵାରା ବର୍ଷା ହେଲେ ଉକ୍ତ ବିଷାକ୍ତ ମାଟି ମାଟି ଗୁଡିକ ଉପରେ ପାଣି ପଡି ଏହା ଜଙ୍ଗଲ କୁ ମାଡ଼ି ଜିବାରୁ ଜଙ୍ଗଲ ନଷ୍ଟ ହେବା ସହ ପଡୋଶୀ ଜିଲ୍ଲା ଢେଙ୍କାନାଳ ଅଞ୍ଚଳର ଭୁବନ ତହସିଲ ଅନ୍ତର୍ଗତ ବାଲିବ ପଞ୍ଚାୟତ ବାସୀ ଙ୍କ ଅନେକ ଚାଷ ଜମି ପୋତି ହୋଇ ଯାଉଥିବା ଅଭିଯୋଗ ହୋଇଛି | ଖାଲି ସେତିକି ନୁହେଁ ଏହି ଘରେଇ ଶିଳ୍ପ ସଂସ୍ଥା କୁ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଢେଙ୍କାନାଳ ଜିଲ୍ଲା ବାଲିବ ପୂର୍ତ୍ତବିଭାଗ ରାସ୍ତା ନିକଟରୁ ସୁକିନ୍ଦା ବନ ବିଭାଗ ଜଙ୍ଗଲ କୁ କାଟି ବାଲିବ ପଞ୍ଚାୟତ ପକ୍ଷରୁ ସୁକିନ୍ଦା ଜଙ୍ଗଲ ଜମି ରେ ମନରେଗା ମାଧ୍ୟମ ରେ ରାସ୍ତା ନିର୍ମାଣ କରା ଯାଇଥିବା ଅଭିଯୋଗ ହୋଇଛି | ତେବେ ସର୍ବଦା ଚୋରା କ୍ରୋମାଇଟି ଲୁଟ କୁ ନେଇ ବିବାଦ ରେ ଥିବା ଏହି ଶିଳ୍ପ ପରିବେଶ କୁ ସପୂର୍ଣ୍ଣ ନଷ୍ଟ କରିବା ସହ ସରକାର ଙ୍କ ଆଇନୀ କାନୁନକୁ ଦଳି ମକଚି ଦେଇଛି | ମାତ୍ର ପ୍ରଶାସନିକ ଅଧିକାରୀ ମାନେ ଶିଳ୍ପ ସଂସ୍ଥା ଠାରୁ ଚାନ୍ଦା ଖାଇ ନିଘୋଡ଼ ନିଦ ରେ ଶୋଇ ପଡି ସ୍ଥାନୀୟ ସାଧାରଣ ଆଦିବାସୀ ମଳି ମୁଣ୍ଡିଆ ଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି | ଏହା ଉପରେ ତଦନ୍ତ କରି ଶୀଘ୍ର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ ନ କରା ଗଲେ ଆଗାମୀ ଦିନ ରେ ଏକ ବିରାଟ ଆନ୍ଦୋଳନ କରା ଜିବ ବୋଲି ସ୍ଥାନୀୟ ଅଞ୍ଚଳ ବାସୀ ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି |
Normally I do not leartn post on blogs, however I wish tto say that
this write-up very prssured me too tryy and doo so!
Youur writing style has een amazed me. Thank you, quitte
great post. auroravpn