ଭୂକମ୍ପରେ ଥରିଲା ହରିଆନାର ଝଜ୍ଜର ଜିଲ୍ଲା, ତୀବ୍ରତା ୩.୧

ଭୂକମ୍ପରେ ଥରିଲା ହରିଆନାର ଝଜ୍ଜର ଜିଲ୍ଲା । ରିକ୍ଟର୍ ସ୍କେଲ୍ ରେ ଏହାର ତୀବ୍ରତା ୩.୧ ରେକଡର୍ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ବା ଏନଇସି ସୂଚନା ଅନୁସାରେ ଦ୍ବିପ୍ରହରେ ହରିଆନାରେ ୩.୧ ତୀବ୍ରତାର ଭୂକମ୍ପ ହୋଇଥିଲା । ‘ଏକ୍ସ’ ଆକାଉଣ୍ଟରେ ଏହି ତଥ୍ୟ ପ୍ରଦାନ କରିଛି ଏନଇସି । କହିଛି ଏହାର କେନ୍ଦ୍ର ଝଜ୍ଜରରେ ହିଁ ୨୦ କିଲୋମିଟରର ଗଭୀରତାରେ ଥିଲା । ସେପଟେ ଭୂକମ୍ପ ଭୟରେ ଲୋକେ ନିଜ ଘରୁ ବାହାରକୁ ଚାଲି ଆସିଥିଲେ ।ସାମାନ୍ୟ ସମୟ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲେ ବି ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘର ମଧ୍ୟକୁ ଯାଇ ନ ଥିଲେ । ତେବେ ଗୋଟିଏ ଦିନ ପୂର୍ବରୁ ରାଜସ୍ଥାନର ପର୍ଯ୍ୟଟନ ସ୍ଥଳ ମାଉଣ୍ଟ ଆବୁରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ମାଉଣ୍ଟ ଆବୁରେ ଶନିବାର ରାତିରେ ପାଖାପାଖି ୯ଟା ୩ ମିନିଟ୍ ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପାଖାପାଖି ୩୦ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରାଜସ୍ଥାନ, ପଞ୍ଜାବ, ହରିଆନା ଭଳି ରାଜ୍ୟଗୁଡ଼ିକ ସେସମିକ୍ ଜୋନ୍ -୧ ଅଧୀନରେ ଆସୁଛି । ଏଣୁ ଏହି ରାଜ୍ୟମାନଙ୍କରେ ବିଭିନ୍ନ ସମୟରେ ଭୂକମ୍ପ ଅନୁଭୂତ ହୋଇଥାଏ।

Leave a Reply

Your email address will not be published. Required fields are marked *