
ଭୁବନେଶ୍ୱର : ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀର ମୃତ୍ୟୁକୁ ତୀବ୍ର ନିନ୍ଦା କରୁଛି ବିଜୁ ଜନତା ଦଳ । ଏହି ସରକାର ଓଡ଼ିଶାରେ ନାରୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ପ୍ରତିଦିନ ନାରୀ ନିର୍ଯାତନା ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଉଛି ।ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କରୁଛି ବିଜେଡି । ଏହା ସହିତ ରାଇଘର ନର୍ସିଂ ପୀଡ଼ିତାକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ ବିଜୁ ଜନତା ଦଳ ଦାବି କରୁଛି । ଯେତେଦିନ ପର୍ଯ୍ୟନ୍ତ ଏହି ରାଜ୍ୟରେ ନାରୀ, ଛାତ୍ରୀ, ନାବାଳିକା ସୁରକ୍ଷିତ ହେବେ ନାହିଁ, ବିଜେଡି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସାରା ରାଜ୍ୟରେ ଆନେ୍ଦାଳନକୁ ବ୍ୟାପକ କରିବ ।ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ହରତାଳକୁ ସମ୍ପୂର୍ଣ୍ଣ ସହଯୋଗ ପାଇଁ ରାଇଘର ବ୍ଲକବାସୀଙ୍କୁ ନବରଙ୍ଗପୁର ବିଜେଡି ତରଫରୁ ଅନୁରୋଧ କରାଯାଇଛି । ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ଯାନବାହନ ଚଳାଚଳ, ସ୍କୁଲ୍, କଲେଜ୍କୁ ୧୨ ଘଣ୍ଟିଆ ହରତାଳରେ ସାମିଲ ହେବାକୁ ଅନୁରୋଧ କରାଯାଇଛି । ଏହି ହରତାଳ ସମୟରେ ଜରୁରୀକାଳୀନ ସେବା ବ୍ୟାହତ ହେବ ନାହିଁ ବୋଲି ନବରଙ୍ଗପୁର ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି