ଜଳିଗଲେ ଆଉ ଜଣେ ନାବାଳିକା, ବୁର୍ଲା ଭୀମସାରରେ ବରଗଡ଼ ଛାତ୍ରୀ ମୃତ

ବରଗଡ଼ : ପୁଣି ଜଳିଗଲେ ଆଉ ଜଣେ ନାବାଳିକା ଛାତ୍ରୀ । ବାଲେଶ୍ବର, ପୁରୀ ବଳଙ୍ଗା ଏବଂ କେନ୍ଦ୍ରାପଡ଼ା ପଟାମୁଣ୍ଡାଇ ପରେ ବରଗଡ଼ ଜିଲ୍ଲା ଗାଇସିଲେଟରେ ନିଆଁରେ ଜଳି ଆରପାରିରେ ଜଣେ ଛାତ୍ରୀ । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ 13 ବର୍ଷିୟା ନାବାଳିକାଙ୍କର ଜୀବନ ଯାଇଛି । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ରିସର୍ଚ ( Veer Surendra Sai Institute of Medical Sciences and Research-VIMSAR),ରେ ଭର୍ତ୍ତି କାରଯାଇଥିବା ବେଳେ, ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ, ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ” ମ୍ବଲପୁର ବୁର୍ଲା ଭୀମସାର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ଘଟିଛି । 3ଟି ପୋଲିସ ଟିମ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଛି ।”

ବରଗଡ଼ ଗାଇସିଲେଟ ଅଞ୍ଚଳରେ ଆଜି ସକାଳେ ଘଟିଥିଲା ଏହି ଅଭାବନୀୟ ଘଟଣା । ପୀଡିତାଙ୍କ ଶରୀରର 70 ପ୍ରତିଶତ ନିଆଁରେ ପୋଡ଼ି ଯାଇଥିଲା । ତାଙ୍କୁ ସମ୍ବଲପୁର ବୁର୍ଲା ଭୀମସାର ହସ୍ପିଟାଲର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ ଏବଂ ବରଗଡ଼ ଜିଲ୍ଲା ଦାୟିତ୍ବରେ ଥିବା ବଲାଙ୍ଗୀର ଏସପି ଅଭିଳାଷ ଜି ହସ୍ପିଟାଲରେ ପହଞ୍ଚି ସ୍ଥିତି ତଦାରଖ କରିଥିଲେ ।ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଅଭିଯୋଗ:ନାବାଳିକାଙ୍କ ମାମୁଁ କହିଛନ୍ତି, “କୌଣସି କାରଣ ବଶତଃ ଆମ ଭାଣିଜୀ ଜଳି ଯାଇଛି । ଭାଣିଜୀକୁ ଜଳିଯାଇଥିବା ଅବସ୍ଥାରେ ପାଇବା ପରେ ଆମେ ଆମ୍ବୁଲାନ୍ସକୁ ଫୋନ କରିଥିଲୁ । ହେଲେ ଆମ୍ବୁଲାନ୍ସ ଆସିବାରେ ବହୁତ ବିଳମ୍ବ ହେଲା ।”ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ଝିଅଟି ତା ମାମୁଁ ଘରେ ଆସି ରହୁଥିଲା । ଆଜି ସେ ଜଳି ଯାଇଥିବା ଅବସ୍ଥାରେ ପଡିଥିବାର ଆମେ ଦେଖିଥିଲୁ । ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା । ।”

ସେପଟେ ମୃତ ପୀଡ଼ିତାଙ୍କ ଅଜା (Grand Father) କହିଛନ୍ତି ଯେ ” ନାବାଳିକା ଜଣକ ନିଜ ମାମୁଁ ଘର ଗାଁ ସ୍କୁଲରେ ପାଠ ପଢୁଥିଲା । କିଛି ଦିନ ତଳେ ନାତୁଣୀର( Grand daughter) ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାକୁ ସ୍କୁଲର ଶିକ୍ଷକମାନେ ନିଜ ଗାଁରେ ଆଣି ଛାଡ଼ିଦେଇ ଯାଇଥିଲେ । ସୁସ୍ଥ ହେବାପରେ ଆଜି ହିଁ ନାବାଳିକା ଜଣକ ସ୍କୁଲକୁ ଯିବାର ଥିଲା। “କାହିଁକି ଏଭଳି ଉଦ୍ୟାମ କଲେ ନାବାଳିକା:ନାବାଳିକାଙ୍କ ଶରୀରରେ କିପରି ଲାଗିଲା ନିଆଁ ? ସେ ନିଜେ ନିଆଁ ଲଗାଇ ଦେଇଛନ୍ତି ନା ଆଉ କେହି ? କିମ୍ବା ନିଆଁ ଲଗାଇବାକୁ କେହି ତାଙ୍କୁ ପ୍ରବର୍ତ୍ତାଇ ଥିଲେ କି ? ନାବାଳିକାଙ୍କର ମୃତ୍ୟୁ ଘଟିଥିବା ବେଳେ, ଏହାର କାରଣ ସ୍ପଷ୍ଟ ହୋଇନାହିଁ । ପ୍ରତ୍ୟକ୍ଷଦର୍ଶୀ ସତ୍ୟନାରାୟଣ ପାଣ୍ଡେ କହିଛନ୍ତି, “ଝିଅଟି ଜଳିଯାଉଥିବାର ଦେଖିବା ପରେ ଆମେ ନିଆଁ ଲିଭାଇ ତାକୁ ଉଦ୍ଧାର କରିଥିଲୁ । କାହିଁକି ଏପରି କଲେ ବୋଲି ପଚାରିବାରୁ ନାବାଳିକା ଜଣକ ଅନ୍ୟ ଗୋଟିଏ ଝିଅ ପାଇଁ ଏପରି କରିଥିବା କହିଥିଲେ ।”ଜଳିଗଲେ ନାବଳିକା:ପରିବାର ଲୋକଙ୍କ ସୂଚନା ଅନୁସାରେ, “ଛାତ୍ରୀ ଜଣଙ୍କ ତାଙ୍କ ମାମୁଁ ଘରରେ ରହି ପାଠ ପଢ଼ୁଥିଲେ । ଆଜି ସକାଳୁ ମାମୁଁ ଘର ନିକଟରେ ଥିବା ଏକ ଖେଳ ପଡ଼ିଆରୁ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।”ଛାତ୍ରୀ ଜଣକ ଜଳିଯିବା ଘଟଣାରେ ଇଟିଭି ଭାରତକୁ ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ସୂଚନା ଦେଇଥିଲେ ଯେ, ” ପୀଡ଼ିତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯିବା ନେଇ ସୂଚନା ଥିବା ବେଳେ, ତାଙ୍କୁ ଅନ୍ୟ ଏକ ହସପିଟାଲ ନିଆଯାଇଥିଲା । “