
ବ୍ରହ୍ମପୁର: ସହରର ନିମଖଣ୍ଡି ଥାନା ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କୁ କୌଣସି ଦୁବୃର୍ତ୍ତ ଘରେ ପଶି ହତ୍ୟା କରିଛନ୍ତି । ଏହା ସହ ତାଙ୍କ ୧୧ ବର୍ଷୀୟ ଶିଶୁକନ୍ୟାଙ୍କୁ ଆକ୍ରମଣ କରିବା ପରେ ଘର ବାହାର ପଟୁ ତାଲା ପକାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ପୋଲିସ ପହଞ୍ଚି ଘଟଣାର ଖୋଳତାଡ କରୁଛି । ଗୁରୁତର ଝିଅକୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇ ଦିଆଯାଇଛି ।ଘରେ ପଶି ବିବାହିତ ମହିଳାଙ୍କୁ ହତ୍ୟା ବନ୍ଦ ଘରେ ମା’ ଝିଅଙ୍କ ଗଳା କାଟି ଦେଲେବ୍ରହ୍ମପୁର ସହରର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚପଡା ଶକ୍ତିନଗର ସ୍ଥିତ ଶ୍ରୀମା ନଗର ଦ୍ୱିତୀୟ ଲାଇନରେ ଗାୟତ୍ରୀ ସ୍ୱାଇଁ ଓ ତାଙ୍କ ୧୧ ବର୍ଷୀୟ ଝିଅ ରହି ଆସୁଥିଲେ । ଚଳିତ ମାସ ତିନି ତାରିଖରେ ସେ ଉକ୍ତ ଘରକୁ ଭଡା ସ୍ବରୂପ ନେଇଥିଲେ । ଆଜି ସକାଳ ସମୟରେ ମହିଳା କି ତାଙ୍କ ଝିଅ ଘରୁ ବାହାରକୁ ଆସିନଥିବା ନେଇ ଉପର ମହଲାରେ ରହି ଆସୁଥିବା ଘର ମାଲିକଙ୍କ ସନ୍ଦେହ ହୋଇଥିଲା । ସେ ମହିଳାଙ୍କ ସ୍ବାମୀଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏପରିକି ଘରର ବାହାର ପଟେ ରହିଥିବା ଗ୍ରିଲ ତାଲା ଖୋଲାଯାଇଥିଲା । କିନ୍ତୁ ଘରର କବାଟ ବାହାର ପଟୁ ତାଲା ପଡିଥିଲା ।ଘର ମାଲିକ କହିଛନ୍ତି ଯେ ‘‘ଆଜି ସକାଳୁ ମୁଁ ଫୁଲ ତୋଳିବାକୁ ଉଠିଥିଲି । ମୁଁ ତଳକୁ ଆସିବା ବେଳକୁ ତଳ ଘରର କବାଟରେ ତାଲା ପଡିଥିଲା କିନ୍ତୁ ଭିତରେ ଫ୍ୟାନ ଲାଇଟ ଚାଲିଥିଲା । ଏହା ଦେଖି ମୋର ସନ୍ଦେହ ଆସିଲା । କେବଳ ସେତିକି ନୁହେଁ ତାଙ୍କ ଝିଅ ସକାଳ 6ଟାରେ ସ୍କୁଲ ଯାଏ । କିନ୍ତୁ ଆଜି କବାଟ ନ ଖୋଲିବାରୁ ମୁଁ ବାଧ୍ୟ ହୋଇ ତାଙ୍କ ସ୍ବାମୀଙ୍କୁ ଫୋନ କରି ଜଣାଇଥିଲି ’’ ।ମୃତ ମହିଳାଙ୍କ ଭାଇ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ । ଘର ଭିତରେ ମହିଳା ଓ ତାଙ୍କ ଝିଅର ଗଳା କଟାଯାଇଥିବା ଦେଖିବାକୁ ମିଳିଥିଲା । କେହି ଦୁର୍ବୃତ୍ତ କୌଣସି ଧାରୁଆ ଅସ୍ତ୍ରରେ ମହିଳାଙ୍କ ଗଳା କାଟି ହତ୍ୟା କରିଥିବାବେଳେ ଭାଣିଜୀ ଗୁରୁତର ରହିଥିବା ଦେଖିବାକୁ ପାଇଥିଲେ । ମୃତ ଗାୟତ୍ରୀଙ୍କ ୧୧ ବର୍ଷର ଝିଅ ନିଲମ ସ୍ବାଇଁଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି କରାଯାଇଛି ।
ମହିଳାଙ୍କ ନାଁରେ ନିଖୋଜ ମାମଲାଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସାଇଣ୍ଟିଫିକ୍ ଟିମର ଅଧିକାରୀ ମାନେ ପହଞ୍ଚି ତଦନ୍ତ କରୁଛନ୍ତି । ଖୋଦ୍ ବ୍ରହ୍ମପୁର ଏସପି ଶ୍ରର୍ବଣା ବିବେକ ଏମ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି। କିଭଳି ଏବଂ କେଉଁ ପରିସ୍ଥିତିରେ କିଏ ଏବଂ କାହିଁକି ହତ୍ୟା କଲେ ତାହାକୁ ନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି।ବ୍ରହ୍ମପୁର ଏସପି କହିଛନ୍ତି ଯେ ‘‘ଗୁରୁତର ଶିଶୁ ସାମାନ୍ୟ କଥାବାର୍ତ୍ତା କରୁଛି । ଏହି ହତ୍ୟା ପଛରେ ପରିବାରର ପରିଚିତ ବ୍ୟକ୍ତିବିଶେଷ ଥିବା ତଦନ୍ତରୁ ଜଣାପଡିଛି। ସେହିପରି ଏହି ପରିବାର ଉକ୍ତ ଅଞ୍ଚଳକୁ ବହୁତ କମ୍ ଦିନ ମଧ୍ୟରେ ଆସିଥିବା ବେଳେ ପୂର୍ବରୁ ମୃତ ମହିଳା ଜଣଙ୍କ ନିଖୋଜ ଥିବା ନେଇ ବ୍ରହ୍ମପୁର ସହରର ବଡ଼ବଜାର ଥାନାରେ ଏକ ନିଖୋଜ ରିପୋର୍ଟ ଦିଆଯାଇଥିଲା। କିପରି ଏବଂ କେଉଁ ପରିସ୍ଥିତିରେ ଏଭଳି ହତ୍ୟାକାଣ୍ଡ ଘଟିଲା ସେ ନେଇ ଅଧିକ ତଦନ୍ତ ଚାଲିଛି