
ମୋହନା (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ଗଜପତି ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସ୍ତ୍ରୀକୁ କାତିରେ ହାଣି ହତ୍ୟା କଲା ସ୍ୱାମୀ l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଙ୍କୁଣୀ ଗାଁରେ l ମୃତକ ଜଣକ ହେଲେ କୁଙ୍କୁଣି ଗାଆଁ ର ରାଧାକାନ୍ତ ନାୟକଙ୍କ ଝିଅ ରିଶମା ବାଗସିଂ l ସୂଚନା ପ୍ରକାରେ ରିସମା କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପାକେଲମା ଗ୍ରାମରେ ବିବାହ କରିଥିଲେ । ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛି । ପ୍ରତ୍ୟେକ ଦିନ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହିଥିବା ରୁ ସେ ଗତ ଚାରି ମାସ ହେବ ନିଜ ବାପା ଘର କୁ ଚାଲି ଆସିଥିଲେ । l ଗତକାଲି ରାତିରେ ଉଭୟ ସ୍ୱାମୀ, ସ୍ତ୍ରୀ ଓ ପିଲା ଛୁଆମିଶି ମୋହନା ରେ ଚାଲିଥିବା ମୀନା ବଜ଼ାର ବୁଲିବାକୁ ଆସିଥିଲେ l ରାତି ପ୍ରାୟ ୧୦ ଟାରେ କୁଙ୍କୁଣୀ ଗାଁକୁ ଫେରିଥିଲେ l ଏହାପରେ ରିଶମା ପାଣି ଆଣିଯିବା ସମୟରେ ସ୍ଵାମୀ ଅନନ୍ତ ଘରେ ଛକିରହି ଗୋଟିଏ କାତିରେ ସ୍ତ୍ରୀ ରିଶମା ର ବେକରେ ଓ ମୁହଁରେ ହାଣି ଦେଇଥିଲା l ପରିବାର ଲୋକେ ବିଳମ୍ବିତ ରାତିରେ ମୋହନା ମେଡିକାଲ ଆଣିଥିଲେ l ତେବେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି l ଖବର ପାଇ ମୋହନା ପୋଲିସ ଅନନ୍ତ କୁ ଅଟକ ରଖି ଘଟଣାର ତଦନ୍ତ କରୁଛି l