
ହାଇଦ୍ରାବାଦ: ପୁଣି ଏକ ଧମାକେଦାର ଆକ୍ସନ ସିକ୍ବେନ୍ସ ସହିତ ପରଦାକୁ ଫେରୁଛନ୍ତି ଟାଇଗର ଶ୍ରଫ । ବଲିଉଡ଼ ଜଗତର ଏକ ମନପସନ୍ଦ ଆକ୍ସନ ଫ୍ରାଞ୍ଚାଇଜି ହେଉଛି ‘ବାଗୀ’ ସିରିଜ । ନିଜର ଚତୁର୍ଥ ସଂସ୍କରଣ ସହିତ 2025 ମସିହାରେ ପରଦାକୁ ଓହ୍ଲାଇବାକୁ ଯାଉଛି ‘ବାଗୀ’ । ନାଡିଆଡୱାଲା ଗ୍ରାଣ୍ଡସନ ଏଣ୍ଟରଟେନମେଣ୍ଟ ‘ବାଗୀ 4’ର ଟିଜର ଜାରି କରିଛି । ପୂର୍ବ ସଂସ୍କରଣ ଆଦିରେ ରୋମାଣ୍ଟିକ କାହାଣୀ ରହିଥିବା ବେଳେ ଏହି ନୂତନ ଫିଲ୍ମରେ ଦେଖିବାକୁ ମିଳିବ ସମ୍ପୂର୍ଣ୍ଣ ବିପରୀତ କାହାଣୀ । ଆକ୍ସନ ସହିତ ଏଥିରେ ବହୁ ରକ୍ତପାତର ସିକ୍ବେନ୍ସ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।ରିଲିଜ ହେଲା ‘ବାଗୀ 4’ର ଟିଜର:11 ଅଗଷ୍ଟ ତରିଖରେ ନାଡିଆଡୱାଲା ଗ୍ରାଣ୍ଡସନ ଏଣ୍ଟରଟେନମେଣ୍ଟ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ‘ବାଗୀ 4’ର ଟିଜର ପୋଷ୍ଟ କରିଛନ୍ତି । ଏହି ଟିଜରକୁ ଟାଇଗର ଶ୍ରଫ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ହର ଆଶିକ ଏକ ଭିଲେନ ହେ’। ହର୍ଷଙ୍କ ନିର୍ଦ୍ଦେଶିତ ସାଜିଦ ନାଡିଆଡୱାଲାଙ୍କ ‘ବାଗୀ 4’ ଆସନ୍ତା ମାସ 5 ତାରିଖରେ ରିଲିଜ ହେବାକୁ ଯାଉଛି ।
କନ୍ନଡ଼ ଷ୍ଟାର ହର୍ଷଙ୍କ ନିର୍ଦ୍ଦେଶିତ ‘ବାଗୀ 4’ଏକ ନୁଆ ଦମଦାର ଆକ୍ସନ ସିନ, ହିଂସା ଆଦିରେ ଭରପୂର ରୋମାନ୍ସର ଝଲକ ଦେଖିବାକୁ ମିଳିବ । କନ୍ନଡ଼ ଷ୍ଟାର ହର୍ଷ ନିଜର ସ୍ବତନ୍ତ୍ର କୋରିଓଗ୍ରାଫି ଓ ବଜରଙ୍ଗୀ ଭଳି ଆକ୍ସନ ଫିଲ୍ମ ପାଇଁ ଜଣାଶୁଣା ।ହିଂସକ ରୂପରେ ଟାଇଗର:ରନି ଚରିତ୍ରରେ ଟାଇଗର ଶ୍ରଫ ପରଦାକୁ ପୁଣି ଫେରୁଛନ୍ତି । ହେଲେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଟାଇଗର ଶ୍ରଫଙ୍କ ସବୁଠରୁ କ୍ରୁର ରୂପ । 1ମିନିଟ 49 ସେକେଣ୍ଡର ଏହି ଟିଜରରେ ଟାଇଗର ଶ୍ରଫ, ସଞ୍ଜୟ ଦତ୍ତ, ସୋନମ ବାଜୱା ଓ ହରନାଜ ସାନ୍ଧୁ ମଧ୍ୟ ହିଂସକ ରୂପରେ ନଜର ଆସିବେ ।ଆକ୍ସନ, ହିଂସା ଓ ରକ୍ତପାତରେ ଭର୍ତ୍ତି ଦୃଶ୍ୟ:ଟାଇଗର ଶ୍ରଫଙ୍କ ଅଭିନୀତ ଏହି ସିନେମାକୁ ସେନସର ବୋର୍ଡ ପକ୍ଷରୁ ଏ ସାର୍ଟିଫିକେଟ ମିଳିଛି । ଏଥିରେ ଥିବା ହିଂସକ ଦୃଶ୍ୟ ଓ ହତ୍ୟା ଆଦିର ଭୟାନକ ଦୃଶ୍ୟ ପାଇଁ ଏହି ସାର୍ଟିଫିକେଟ ମିଳିଛି । ଟିଜରରେ ସଞ୍ଜୟ ଦତ୍ତଙ୍କ ଚରିତ୍ରଟି ବେଶ ଭୟାନକ ଓ ନୃଶଂସ ଭାବେ ଦେଖାଯାଇଛି । ପରଦାରେ ତାଙ୍କ ଉପସ୍ଥିତି ହିଁ ମନରେ ଭୟ ସଞ୍ଚାର କରିବା ପାଇଁ କାଫି ।