ବିଶ୍ବସ୍ତରରେ ଚମକିଲେ ଆଦିବାସୀ ଝିଅ ଖୁସ୍‌ବୁ, ଟ୍ରାଇବାଲ ଗାର୍ଲରୁ ବନିଗଲେ ପାଓ୍ବାର ଗାର୍ଲ –

ରାୟପୁର: ଦିନେ ମାଆଙ୍କ ଦେହାନ୍ତରେ ଦୁଃଖରେ ଭାଙ୍ଗିପଡିଥିଲେ । ଏଥିରୁ ବାହାରିବା ପାଇଁ ଜିମ୍‌ ଗଲେ । ଆଉ ଏହାପରେ ଜୀବନର ମୋଡ ବଦଳିଗଲା । ଦୁଃଖକୁ ପାଶୋରିବା ପାଇଁ ଫିଟ୍‌ ରାସ୍ତା ଆପଣାଇ ବନିଗଲେ ଦେଶର ଜଣେ ଶ୍ରେଷ୍ଠ ବଡି ବିଲ୍ଡର ଓ ଭାରୋ ଉତ୍ତୋଳନକାରୀ । ଆମେ କହୁଛୁ ଛତିଶଗଡ ବସ୍ତର ଜିଲ୍ଲାର ଆଦିବାସୀ ଝିଅ ଖୁସ୍‌ବୁ ନାଗଙ୍କ କଥା । ବୋମା ବିସ୍ଫୋରଣ, ନକ୍ସଲବାଦକୁ ନେଇ ପରିଚିତ ଥିବା ବସ୍ତର ଜିଲ୍ଲାକୁ ସେ ଦେଇଛନ୍ତି ନୂଆ ପରିଚୟ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗୋଲ୍ଡ ମେଡାଲ ଜିତି ନିଜ ରାଜ୍ୟ ସହ ଦେଶର ନାମକୁ ଗର୍ବିତ କରାଇଛନ୍ତି ଖୁସ୍‌ବୁ । ଆସନ୍ତୁ ଜାଣିବା ଟ୍ରାଇବାଲ ଗାର୍ଲରୁ କିପରି ପାଓ୍ବାର ଗାର୍ଲ ବନିଗଲେ ସେ…ବସ୍ତରକୁ ନୂଆ ପରିଚୟ ଦେଲେ ଆଦିବାସୀ ଝିଅ:body builder khushbu nagbody builder khushbu nag (ETV BHARAT)ନାରାୟଣପୁର ଜିଲ୍ଲାର ଆଦିବାସୀ ଝିଅ ଖୁସ୍ବୁ ନାଗଙ୍କ ଏକ ଗରିବ ପରିବାରରେ ଜନ୍ମ । ତାଙ୍କ ବାପା ପେଶାରେ ଜଣେ କାରପେଣ୍ଟର । 2019 ମସିହାରେ, ଖୁସ୍ବୁ ତାଙ୍କ ମାଆଙ୍କୁ କର୍କଟ ରୋଗରେ ହରାଇଥିଲେ। ଏହାପରେ ମାନସିକ ଭାବରେ ଭାଙ୍ଗି ପଡ଼ିଥିଲେ। ତାଙ୍କର ଏପରି ଅବସ୍ଥା ଦେଖି ଭାଇଙ୍କ ପରାମର୍ଶରେ ସେ ଫିଟନେସ୍ ପାଇଁ ଜିମ୍ ଯିବା ଆରମ୍ଭ କରିଥିଲେ। ଯାହା ତାଙ୍କ ମାଆଙ୍କ ମୃତ୍ୟୁର ଦୁଃଖକୁ କେବଳ ଦୂର କରିବାରେ ସାହାଯ୍ୟ କରିଥିଲା ବରଂ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ତାଙ୍କୁ ପରିଚୟ ଦେଇଥିଲା। ଏହି ଠାରୁ ତାଙ୍କର ବଡି ବିଲ୍ଡିଂ ଏବଂ ଭାର ଉତ୍ତୋଳନର ଯାତ୍ରା ଆରମ୍ଭ ହୋଇଥିଲା।ସମାଜର ଚିନ୍ତାଧାରା ବିରୋଧରେ ଲଢିଥିଲେ:ଖୁସ୍ବୁ ନାଗ କହିଛନ୍ତି ଯେ ଯେତେବେଳେ ସେ ବଡି ବିଲ୍ଡିଂ ଏବଂ ଭାରୋ ଉତ୍ତୋଳନ କରିବା ଆରମ୍ଭ କରିଥିଲେ, ସେତେବେଳେ ସମାଜର ଅନେକ ଟାହି ଟାପରା ଶୁଣଇବାକୁ ପଢିଥିଲା । ” ମୋତେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ କରିବାକୁ ସମୟ ଲାଗିଥିଲା। ନାରାୟଣପୁର ଭଳି ପଛୁଆ ଅଞ୍ଚଳରେ, ଆବଶ୍ୟକତା ପାଇଁ କୌଣସି ଜିମ୍ ଉପକରଣ ନଥିଲା, ଖାଦ୍ୟର ଅଭାବ ଏବଂ ଉପଯୁକ୍ତ ମାର୍ଗଦର୍ଶନ ସହିତ ଜଣେ ପ୍ରଶିକ୍ଷକଙ୍କ ଅଭାବ ଥିଲା। ମୁଁ ଏହି ସମସ୍ତ ସମସ୍ୟାର ସମ୍ମୁଖୀନ ହୋଇଥିଲି। ଏହା ବ୍ୟତୀତ, ଏହି ଖେଳ ପ୍ରତି ସରକାରୀ ପ୍ରଶାସନର ମନୋଭାବ ମଧ୍ୟ ଉଦାସୀନ ଥିଲା ।”

ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଖୁସ୍‌ବୁଙ୍କ କମାଲ:ଖୁସ୍ବୁ ନାଗ ଜାତୀୟ ସ୍ତରରେ ବଡି ବିଲ୍ଡିଂ ଏବଂ ଭାରୋ ତ୍ତୋଳନରେ ତିନୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସେ ଏହି ପ୍ରତିଯୋଗିତାରେ ତିନିଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଖୁସ୍ବୁ ସିଜିର ସବୁଠାରୁ ଶକ୍ତିଶାଳୀ ମହିଳା ଟାଇଟଲ୍ ମଧ୍ୟ ଜିତିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ନିକଟରେ ମୁମ୍ବାଇରେ NPC ୱାର୍ଲ୍ଡ ୱାଇଡ୍ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଥିଲା। ସେଠାରେ ସେ ଅଂଶଗ୍ରହଣ କରି କାଂସ୍ୟ ପଦକ ଜିତି ଛତିଶଗଡ଼କୁ ବିଶ୍ୱ ସ୍ତରରେ ଗର୍ବିତ କରିଥିଲେ।

ଭାରତର ସବୁଠାରୁ ଶକ୍ତିଶାଳୀ ମହିଳା ଟାଇଟଲ୍ ଜିତିଥିଲେ: ଖୁସ୍ବୁ ଭାରତର ସବୁଠାରୁ ଶକ୍ତିଶାଳୀ ମହିଳା ଟାଇଟଲ୍ ମଧ୍ୟ ଜିତିଛନ୍ତି। ଖୁସ୍ବୁ ନାଗ ଛତିଶଗଡ଼ର ପ୍ରଥମ ଝିଅ ଯିଏ କି କ୍ରୀଡା କ୍ଷେତ୍ରରେ ଅନେକ କ୍ଷାତି ଗୌରବ ଅର୍ଜନ କରିଛନ୍ତି ।’ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ ହେଉଛି’:ଖୁସ୍ବୁ କହିଛନ୍ତି “ମୁଁ ସମାଜ ଚିନ୍ତାଧାରା ପରିବର୍ତ୍ତନ କରିଛି। ପୂର୍ବରୁ କେବଳ କିଛି ଝିଅ ଜିମ୍‌ ଯାଉଥିଲେ, ଏବେ ଅନେକ ଝିଅ ଯାଉଛନ୍ତି ମୋର ସଫଳତା ପରେ ସମଗ୍ର ସମାଜର ଚିନ୍ତାଧାରା ଉପରେ ଗଭୀର ଛାପ ଛାଡ଼ିଛି ଏବଂ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ” ଖୁସ୍ବୁଙ୍କ ଏହି ସଫଳତା ବସ୍ତରର ସେହି ଝିଅମାନଙ୍କୁ ସାହସ ଏବଂ ଶକ୍ତି ଦେବ ଯେଉଁମାନେ କ୍ରୀଡ଼ା କ୍ଷେତ୍ରରେ କ୍ଯାରିୟର ଗଢିବାକୁ ଚାହୁଁଛନ୍ତି ।