
ଭଞ୍ଜନଗର ୧୨/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ମଧ୍ୟାହ୍ନ ରେ ନାୟକ ଭବନ ଠାରେ ଘୁମୁସରବିକାଶ ପରିଷଦ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ପ୍ରକାଶଚନ୍ଦ୍ର ସାହୁ, କୋଷାଧକ୍ଷ ସୁଶାନ୍ତ ପାତ୍ର, ସଭ୍ୟ ସର୍ବଶ୍ରୀ ଗୋପାଳ ଚନ୍ଦ୍ର ଲେଙ୍କା, ରବିନାରାୟଣ ସାମନ୍ତ ସୁରେନ୍ଦ୍ର ବେହେରା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ନିମନ୍ତ୍ରିତ ସଭ୍ୟ ଦେବାଶିଷ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ସେପ୍ଟେମ୍ବର ୧୧ତାରିଖ ଘୁମୁସର ଦିବସକୁ କିପରି ଭାବେ ସଫଳ କରାଯିବ ତାହା ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଥିଲା । ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗଦେବାକୁ ସଦୟ ସମ୍ମତି ପ୍ରଦାନ କରିଛନ୍ତି। ରାଜ୍ୟ ତଥା ଜାତୀୟ ଅନ୍ତଃଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଘୁମୁସରପ୍ରେମୀ ଶିକ୍ଷାବିତ, ବୈଜ୍ଞାନିକ, ଐତିହାସିକ ଗବେଷକ ଇଞ୍ଜିନିଅର ସାହତ୍ୟିକ କବି କଳାକାର ଆଇନଜୀବୀ ଡାକ୍ତର, ପ୍ରଶାସନିକ ଅଧିକାରୀ ମାନଙ୍କୁ ନିମନ୍ତ୍ରଣ କରାଯିବ ନିଷ୍ପତି ହୋଇଛି । ଘୁମୁସର ଅଂଚଳର କଲେଜ ଛାତ୍ର ଛାତ୍ରୀ, ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କୁ ଏହି ସମ୍ମିଳନୀ ରେ ଯୋଗ ଦେଇ ପ୍ରତିନିଧି ମାନଙ୍କୁ ସମ୍ମାନ ଜଣାଇବାକୁ ଆହ୍ୱାନ କରାଯାଇଛି । ସଭ୍ୟ ରବିନାରାୟଣ ସାମନ୍ତଙ୍କୁ ପରିଷଦ କାର୍ଯ୍ୟାଳୟ ସମ୍ପାଦକ ଦାୟିତ୍ୱ ଦିଆଯାଇଛି । ସୁରେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।