କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି, ଓଡ଼ିଶାରେ ପ୍ରତିଷ୍ଠା ହେବ ସିକସେମ ଓ ଥ୍ରୀଡି ଗ୍ଲାସ ପ୍ରକଳ୍ପ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି କେନ୍ଦ୍ର କ୍ୟାବିନେଟ ବୈଠକ । କେନ୍ଦ୍ର କ୍ୟାବିନେଟ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ବା ଆଇଏସଏମ ଅଧୀନରେ ଆଉ ୪ଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଓଡ଼ିଶାରେ ପ୍ରତିଷ୍ଠା ହେବ ସିକସେମ ଏବଂ ଥ୍ରୀଡି ଗ୍ଲାସ ପ୍ରକଳ୍ପ । ୪୦୦୯ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା ହେବ ଏହି ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ।

ଓଡ଼ିଶା-ଆନ୍ଧ୍ର-ପଞ୍ଜାବରେ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ:ଭାରତରେ ଅନୁକୂଳ ପରିବେଶ କାରଣରୁ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ସଂଖ୍ୟା ବୃଦ୍ଧି ପାଉଛି । ୬ଟି ଅନୁମୋଦିତ ପ୍ରକଳ୍ପ ପୂର୍ବରୁ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି । କେନ୍ଦ୍ର କ୍ୟାବିନେଟରେ ଆଜି ଅନୁମୋଦିତ ହୋଇଛି ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ । ୪,୬୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠା ହେବ ଏହି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ । ଓଡ଼ିଶାରେ ସିକସେମ ଏବଂ ଥ୍ରୀଡି ଗ୍ଲାସ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ପ୍ରସ୍ତାବ ସିକସେମ ବା ଏସଆଇସିଏସଇଏମ, କଣ୍ଟିନେଣ୍ଟାଲ ଡିଭାଇସ ଇଣ୍ଡିଆ ପ୍ରାଇଭେଟଲିମିଟେଡ ବା ସିଡିଆଇଏଲ, ଥ୍ରୀଡି ଗ୍ଲାସ ସଲ୍ୟୁସନ୍ସ ଇନକର୍ପୋରେଟେଡ ଏବଂ ଆଡଭାନ୍ସଡ ସିଷ୍ଟମ ଇନ ପ୍ୟାକେଜ ବା ଏସଆଇପି ଟେକ୍ନୋଲୋଜିରୁ ମିଳିଛି ।

ସୃଷ୍ଟି ହେବ ନିଯୁକ୍ତି ସୁଯୋଗ:୪ଟି ଅନୁମୋଦିତ ପ୍ରସ୍ତାବ ଦ୍ୱାରା ପ୍ରାୟ ୪,୬୦୦ କୋଟି ଟଙ୍କାର ନିବେଶରେ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ । ୨୦୩୪ କୁଶଳୀ ପେସାଦାରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାଦ୍ୱାରା ଇଲେକ୍ଟ୍ରୋନିକ ଉତ୍ପାଦନ ପରିଦୃଶ୍ୟ ସକ୍ରିୟ ହୋଇପାରିବ । ଯାହା ଫଳରେ ଅନେକ ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ । ଏହି ୪ଟି ପ୍ରକଳ୍ପ ଅନୁମୋଦନ ସହିତ ଆଇଏସଏମ ଅଧୀନରେ ମୋଟ ଅନୁମୋଦିତ ପ୍ରକଳ୍ପ ସଂଖ୍ୟା ୧୦ରେ ପହଞ୍ଚିଛି । ଏହା ଦ୍ୱାରା ୬ଟି ରାଜ୍ୟରେ ପ୍ରାୟ ୧.୬୦ ଲକ୍ଷ କୋଟି ଟଙ୍କାର ନିବେଶ ସମ୍ଭବ ହୋଇଛି । ଦୂରସଞ୍ଚାର, ଯାନବାହନ, ଡାଟାସେଣ୍ଟର, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଏବଂ ଶିଳ୍ପ ଇଲେକ୍ଟ୍ରୋନିକ୍ସରେ ସେମିକଣ୍ଡକ୍ଟରର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏହି ୪ଟି ନୂତନ ଅନୁମୋଦିତ ସେମିକଣ୍ଡକ୍ଟର ପ୍ରକଳ୍ପ ଆତ୍ମନିର୍ଭର ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।

ଓଡ଼ିଶାରେ ସିକସେମ ଏବଂ ଥ୍ରୀଡି ଗ୍ଲାସ ପ୍ରକଳ୍ପ:ଓଡ଼ିଶାରେ ସିକସେମ ଏବଂ ଥ୍ରୀଡି ଗ୍ଲାସ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ସିଡିଆଇଏଲ ପଞ୍ଜାବରେ ଏବଂ ଏଏସଆଇପି ଆନ୍ଧ୍ରପ୍ରଦେଶରେ ପ୍ରକଳ୍ପ ପ୍ରତିଷ୍ଠା କରିବେ । ସିକସେମ ପ୍ରାଇଭେଟ ଲିମିଟେଡ ଓଡ଼ିଶାର ଭୁବନେଶ୍ୱର ଇନଫୋଭ୍ୟାଲିରେ ବ୍ରିଟେନର କ୍ଲାସ-ସିକ ୱେଫର ଫ୍ୟାବ ଲିମିଟେଡ ସହ ମିଶି ସିଲିକନ କାର୍ବାଇଡ ବା ଏସଆଇସି ଆଧାରିତ କମ୍ପାଉଣ୍ଡ ସେମିକଣ୍ଡକ୍ଟର୍ସର ଗୋଟିଏ ସମନ୍ୱିତ ଅତ୍ୟାଧୁନିକ ପ୍ୟାକେଜିଂ ୟୁନିଟ ପ୍ରତିଷ୍ଠାନ କରାଯିବ ।ଭୁବନେଶ୍ବରରେ ଦେଶର ପ୍ରଥମ ବ୍ୟବସାୟିକ କମ୍ପାଉଣ୍ଡ ଫ୍ୟାବ୍ରିକେସନ ୟୁନିଟଏହା ଦେଶର ପ୍ରଥମ ବ୍ୟବସାୟିକ କମ୍ପାଉଣ୍ଡ ଫ୍ୟାବ୍ରିକେସନ ୟୁନିଟ ହେବ । ଉନ୍ନତ ପ୍ୟାକେଜିଂ ସେମିକଣ୍ଡକ୍ଟର ଶିଳ୍ପରେ ପରବର୍ତ୍ତୀ ପିଢ଼ିର ଦକ୍ଷତା ବିକାଶ କରିବ । ଏହି ପ୍ରକଳ୍ପରେ ପ୍ୟାସିଭ ଏବଂ ସିଲିକନ ବ୍ରିଜ ସହିତ ଗ୍ଲାସ ଇଣ୍ଟରପୋଜର ଏବଂ ଥ୍ରୀଡି ହେଟେରୋଜେନିୟସ ଇଣ୍ଟିଗ୍ରେସନ ବା ଥ୍ରୀଡିଏଚଆଇ ମଡ୍ୟୁଲ ସମେତ ବିଭିନ୍ନ ପ୍ରକାରର ଉନ୍ନତ ପ୍ରଯୁକ୍ତିବିଦ୍ୟା ରହିବ । ଏହି ୟୁନିଟ୍‌ର ଯୋଜନାବଦ୍ଧ କ୍ଷମତା ପ୍ରାୟ ୬୯,୬୦୦ ଗ୍ଲାସ ପ୍ୟାନେଲ ସବଷ୍ଟ୍ରେଟ, ୫୦ ନିୟୁତ ଆସେମ୍ବଲ ୟୁନିଟ ଏବଂ ବାର୍ଷିକ ୧୩,୨୦୦ ଥ୍ରୀଡିଏଚଆଇ ମଡ୍ୟୁଲ ହେବ ।ପ୍ରଥମ ବ୍ୟବସାୟିକ କମ୍ପାଉଣ୍ଡ ଫ୍ୟାବ୍ରିକେସନ ୟୁନିଟ ।

ଏଥିରେ ନିବେଶ ହବ 2066 କୋଟି, ଏହାର କ୍ଷମତା 60 ହଜାର ୱେଫର, ATMP: 96 ନିୟୁତ ୟୁନିଟ୍/ବର୍ଷ । Heterogeneous Integration Packaging Solutions Pvt. Ltd.(HIPSPL) ଭୁବନେଶ୍ବରରେ ସ୍ଥାପନ ହେବ । ଏଥିରେ ନିବେଶ ହେବ 1943 କୋଟି । କ୍ଷମତା ଗ୍ଲାସ ପ୍ୟାନେଲ ବର୍ଷକୁ 70 ହଜାର ୟୁନିଟ । 3DHI ମଡ୍ୟୁଲ, ବର୍ଷକୁ 13 ହଜାର ୟୁନିଟ୍‌ ।ଏହି ସବୁରେ ପ୍ରୟୋଗ ହେବ:ପ୍ରସ୍ତାବିତ ଉତ୍ପାଦଗୁଡ଼ିକର ପ୍ରତିରକ୍ଷା, ଉଚ୍ଚ ପ୍ରଦର୍ଶନକାରୀ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତ୍ତା, ଆରଏଫ ଏବଂ ଅଟୋମୋଟିଭ, ଫଟୋନିକ୍ସ ଏବଂ ସହ ପ୍ୟାକେଜ ଅପ୍ଟିକ୍ସରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ କରାଯିବ । ଆଡଭାନ୍ସଡ ସିଷ୍ଟମ ଇନ ପ୍ୟାକେଜ ଟେକ୍ନୋଲୋଜିଜ ବା ଏଏସଆଇପି ଦକ୍ଷିଣ କୋରିଆର ଆପାକ୍ଟ କୋ. ଲିମିଟେଡ ସହିତ ପ୍ରଯୁକ୍ତିବିଦ୍ୟା ସହଭାଗିତା ଅଧୀନରେ ଆନ୍ଧ୍ରପ୍ରଦେଶରେ ଏକ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ । ଏହାର ବାର୍ଷିକ କ୍ଷମତା ୯୬ ନିୟୁତ ୟୁନିଟ ହେବ । ଏଠାରେ ଉତ୍ପାଦିତ ସାମଗ୍ରୀଗୁଡ଼ିକ ମୋବାଇଲ ଫୋନ, ସେଟ-ଟପ ବକ୍ସ, ଅଟୋମୋବାଇଲ୍ ଆପ୍ଲିକେସନ ଓ ଇଲେକ୍ଟ୍ରୋନିକ୍ ଉତ୍ପାଦରେ ପ୍ରୟୋଗ କରାଯିବ ।କଣ୍ଟିନେଣ୍ଟାଲ ଡିଭାଇସ ବା ସିଡିଆଇଏଲ ପଞ୍ଜାବର ମୋହାଲିରେ ଡିସ୍କ୍ରିଟ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ସମ୍ପ୍ରସାରଣ କରିବ । ପ୍ରସ୍ତାବିତ ୟୁନିଟ ସିଲିକନ ଏବଂ ସିଲିକନ କାର୍ବାଇଡ ଉଭୟରେ ଏମଓଏସଏଫଇଟି, ଆଇଜିବିଟି, ସ୍କଟକି, ବାଇପାସ ଡାୟୋଡେସ ଏବଂ ଟ୍ରାଞ୍ଜିଷ୍ଟର ଭଳି ଉଚ୍ଚଶକ୍ତି ବିଶିଷ୍ଟ ଡିସ୍କ୍ରିଟ ସେମିକଣ୍ଡକ୍ଟର ଡିଭାଇସ ଉତ୍ପାଦନ କରିବ । ଏହି ବ୍ରାଉନଫିଲ୍ଡ ସମ୍ପ୍ରସାରଣର ବାର୍ଷିକ କ୍ଷମତା ୧୫୮.୩୮ ନିୟୁତ ୟୁନିଟ ହେବ । ଏହି ପ୍ରସ୍ତାବିତ ୟୁନିଟ ଦ୍ୱାରା ନିର୍ମିତ ଡିଭାଇସ ଗୁଡ଼ିକର ଇଭି ଏବଂ ଏହାର ଚାର୍ଜିଂ ଭିତ୍ତିଭୂମି, ଅକ୍ଷୟ ଶକ୍ତି ପ୍ରଣାଳୀ, ବିଦ୍ୟୁତ ପରିବର୍ତ୍ତନ କ୍ଷେତ୍ରରେ ପ୍ରୟୋଗ, ଶିଳ୍ପ ପ୍ରୟୋଗ ଏବଂ ଯୋଗାଯୋଗ ଭିତ୍ତିଭୂମି ସମେତ ଅଟୋମୋଟିଭ ଇଲେକ୍ଟ୍ରୋନିକ୍ସରେ ପ୍ରୟୋଗ କରାଯିବ ।