ବେଲଗୁଣ୍ଠା: ମଙ୍ଗଳପୁର ଗ୍ରାମରେ ଚାରା ରୋପଣ

ବେଲଗୁଣ୍ଠା ୧୨/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ମଙ୍ଗଳପୁର ଗ୍ରାମ ଠାରେ ଥିବା ଅବସର ପ୍ରାପ୍ତ ସେନା ଅଧିକାରୀ ପ୍ରକାଶ ଚନ୍ଦ୍ର ପାଠୀଙ୍କ ନିଜସ୍ୱ ଜମିରେ ତାଙ୍କରି ଆଗ୍ରହ କ୍ରମେ ପ୍ରାୟ ୧୦୦ ରୁ ଅଧିକ ଚାରା ରୋପଣ କରାଯିବାର ସୁନ୍ଦର ବ୍ୟବସ୍ତା କରାଗଲା l ଜୟ ଜବାନ, ଜୟ କିଷାନ ନାରା ସହିତ ପରିବେଶ ସୁରକ୍ଷା ଏବଂ ଚାରା ରୋପଣକରି ତାରି ସୁରକ୍ଷା ସକାଶେ ସମାଜ ସେବି ପୂର୍ବତନ ଅବ୍ୟତନିକ ବନ୍ୟ ପ୍ରାଣୀତ୍ବତାବଧାରକ ଶୁଳପାଣି ଶତପଥୀ ଶପଥ ପାଠ କରିଥିଲେ l ସମାଜ ସେବି ସୁଶାନ୍ତ କୁମାର ମହାପାତ୍ର, ସ୍ଥନୀୟ ବାଲିପଦର ସେକ୍ସନ ବନପାଳ ଏବଂ ବନରଖି ଚାରରୋପଣର ପ୍ରଣାଳୀ ବୁଝେଇବା ସହିତ ଚାରା ରୋପଣରେ ସହଯୋଗ କରିଥିଲେ l ଭଞ୍ଜନଗରରୁ ଆସିଥିବା ଶାନ୍ତି ଶ୍ରୋତ ଭବନ ରୁ ଆସିଥିବା ମୁଖ୍ୟ ପରିଚାଳିକା ବି କେ ସନ୍ତୋଷିନୀ ଭଉଣୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂଜାପାଠ ସହିତ ଆଜିର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀଯୁକ୍ତ ପାଠୀ, ଙ୍କ ସହିତ ପ୍ରଥମ ଚାରା ରୋପଣ କରିଥିଲେ l ମଙ୍ଗଳପୁର ଗ୍ରାମ କିଛି ଯୁବ ସ୍ଵେଛାସେବୀ ଏବଂ ଉପସ୍ଥିତ ଥିବା ବ୍ରହ୍ମକୁମାରୀ ଏବଂ ବ୍ରହ୍ମାକୁମାର ଭାଇ ଭଉଣୀ ଚାରା ରୋପଣ କରିଥିଲେ l ଏହିପରି ଉଦ୍ୟମକୁ ଅଞ୍ଚଳ ବାସୀ ଆଜିର ଦିନରେ ବୃକ୍ଷ ଏବଂ ମୁଖ୍ୟତଃ ବନ ସୁରକ୍ଷାର ଆବଶ୍ୟଜତା ଦୃଷ୍ଟିରୁ ଏହି ବିଭିନ୍ନ ଚାରା ରୋପଣ ଯଥା, ବଉଳ, ଅଁଳା, ଓଉ ମୁଖ୍ୟତଃ କାଜୁ (ଲଙ୍କା ଆମ୍ବ ) ସକାଶେ ସାଧୁବାଦ ଜଣାଇଛନ୍ତି l ଅଗାମି ଦିନରେ ରୋପିତ ଚାରା ଗୁଡିକର ଯତ୍ନ ନେବା ଏବଂ କିଛି ସୁନ୍ଦର ସୁନ୍ଦର ଚାରା ରୋପଣ କରିବାକୁ ଉଦ୍ୟକ୍ତl ଅବସର ପ୍ରାପ୍ତ ସେନା ଅଧିକାରୀ ପାଠୀ ଏବଂ ଅତିଥି ସୁଶାନ୍ତ ମହାପାତ୍ର ନିଜ ନିଜର ମତ ପ୍ରକାଶ କରିଥିଲେ ll