
ଭଞ୍ଜନଗର ୧୨/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଚଳିତ ମାସରେ ସ୍ୱାୟତ୍ତ ଶାସନ ଦିବସ କୁ ଦୃଷ୍ଟି ରେ ରଖି ଭଞ୍ଜନଗର ଏନଏସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର ଙ୍କ ନେତୃତ୍ୱ ରେ ଭଞ୍ଜନଗର ଅଞ୍ଚଳ ର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ କରିଅଛି | କାର୍ଯ୍ୟକ୍ରମରେ ବିଚାରକ ଭାବେ ଡ଼. ସନ୍ତୋଷ କୁମାର ଆପଟ, ସନ୍ତୋଷ ଜେନା, ଶୁଳପାଣି ଶତପଥୀ, ରିତାରାଣୀ ମହାପାତ୍ର, ସୁଜାତା ସିଂ ପ୍ରମୁଖ ବିଚାରକ ଭାବେ ଉପସ୍ଥିତ ଥିଲେ।