ଭଞ୍ଜନଗର – ସୋରଡା – କବିସୂର୍ଯ୍ୟନଗର ବିଧାୟକଙ୍କ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ

ଭଞ୍ଜନଗର ୧୪/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ନାଗରିକଙ୍କ ମଧ୍ୟରେ ଜାତୀୟତା ଭାବ ଏବଂ ଏକତାର ଭାବନା ସୃଷ୍ଟି କରିବା, ଦେଶପ୍ରେମ, ଜାତୀୟ ସଂହତି ଏବଂ ତ୍ରିରଙ୍ଗା ପ୍ରତି ସମ୍ମାନ ଲକ୍ଷ୍ୟ ନେଇ ସାରା ଦେଶ ପାଳୁଛି ହର ଘର ତ୍ରିରଙ୍ଗା ଯାତ୍ରା। ଏହି କ୍ରମରେ ଭଞ୍ଜନଗର ନିର୍ବାଚନମଣ୍ଡଳୀର ଗାଁ ଠୁ ସହର ସବୁଠି ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇ ଦେଶମାତୃକା ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଭଞ୍ଜନଗର ଭାଜପା ବିଶାଳ ତ୍ରିରଙ୍ଗା ଶୋଭଯାତ୍ରା କରିବା ସହ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରିଥିଲା। ବିଭାଜନ ବିଭୀଷିକା ସ୍ମୃତି ଦିବସ ଆମ ପାଇଁ କେବଳ ଏକ ସାମାନ୍ୟ ଦିବସ ନୁହେଁ, ଏହା ଆମ ଇତିହାସର ସେହି କଳା ଅଧ୍ୟାୟକୁ ମନେପକାଇବାର ଅବସର ଯେଉଁଠାରେ ଇଂରେଜ ଓ କିଛି ନ୍ୟସ୍ତ ସ୍ୱାର୍ଥ ଭାରତୀୟ ନିଜର ରାଜନୈତିକ ଆକାଂକ୍ଷା ପାଇଁ ଆମ ଭାରତ ମାତାଙ୍କୁ ଖଣ୍ଡ-ଖଣ୍ଡ କରିଥିଲେ। ୧୯୪୭ର ବିଭାଜନରେ ଲକ୍ଷ ଲକ୍ଷ ଭାଇ-ଭଉଣୀ ବାସହରା ହେଲେ, ଅସଂଖ୍ୟ ପରିବାର ବିଚ୍ଛିନ୍ନ ହେଲା, ହଜାର ହଜାର ନିର୍ଦ୍ଦୋଷ ଲୋକଙ୍କୁ କେବଳ ଧର୍ମର ଆଧାରରେ ହତ୍ୟା କରାଯାଇଥିଲା । ସେମାନଙ୍କର ସାହସ, ବଳିଦାନ ଓ ଦୃଢ଼ ସଙ୍କଳ୍ପରୁ ଆଜିର ଭାରତ ଗଢ଼ିଉଠିଛି ବୋଲି ଅତିଥି ଗଣ କହିଥିଲେ।

ହଜାର ହଜାର ଦଳୀୟ କର୍ମୀ, ବୁଦ୍ଧିଜୀବୀ ଓ ଜନସାଧାରଣ ଉତ୍ସାହ ଓ ଗର୍ବର ସହିତ ଜାତୀୟ ପତାକା ଧରି ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାଟି ଚକରା ବିଷୋୟୀ ଛକରୁ ଆରମ୍ଭ ହୋଇ ଷ୍ଟେଟ୍ ବ୍ୟାଙ୍କ୍ ଛକ,ଖାଲାସାହି,ସହରର ମୁଖ୍ୟ ରାସ୍ତା ଦେଇ ଟାଉନ୍ ହଲ ପର୍ଯ୍ୟନ୍ତ ପହଞ୍ଚିଥିଲା । ୧୦୦ ମିଟର ଲମ୍ବ ପତାକା ଜାତୀୟ ଏକତା ଏବଂ ଉତ୍ସବର ପରିବେଶ ସୃଷ୍ଟି କରିଥିଲା । ହରଘର ତ୍ରିରଙ୍ଗା ଯାତ୍ରା ଆମର ଏକତାର ପରିଚୟ। ତ୍ରିରଙ୍ଗା ଯାତ୍ରା କେବଳ ଏକ ଯାତ୍ରା ନୁହେଁ, ଏହା ଦେଶ ପ୍ରେମ, ଏକତା, ଅଖଣ୍ଡତା ଓ ତ୍ୟାଗର ବଳିଷ୍ଠ ଉଦାହରଣ। ଭାରତ ମାତା, ମହା ପୁରୁଷ, କ୍ରାନ୍ତିକାରୀ ଓ ବୀର ସୈନିକଙ୍କ ପ୍ରତି ଏହା ଆମର କୃତଜ୍ଞତାର ପ୍ରତୀକ ବୋଲି ଅତିଥି ଗଣ କହିଥିଲେ। କାର୍ଯ୍ୟକ୍ରମ ରେ ଭାଜପାର ରାଜ୍ୟ ସାଧାରଣ ସଂପାଦକ ସାରଦା ଶତପଥୀ,ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନିଳମଣୀ ବିଷୋୟୀ, କବିସୁର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଶିବରାମ ପଣ୍ଡା, ଭାଜପା ଘୁମୁସର ଜିଲ୍ଲା ସଭାପତି ନିଳମାଧବ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁପ୍ରସାଦ ପ୍ରଧାନ, ସୋରଡ଼ା ନିର୍ବାଚନ ମଣ୍ଡଳର ବେଲଗୁଣ୍ଠା ବ୍ଲକ ସାଂସଦ ପ୍ରତିନିଧି ରଞ୍ଜନ କୁମାର ରାଉତ, ଡ଼ିଆରଡ଼ିଏ ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ଭଞ୍ଜନଗର ଏନଏସି ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡ଼ି, ବ୍ଲକ ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ଼, ଯୁବ ନେତା କୁବେର ପ୍ରଧାନ, ମାନସ ଜେନା, ଧୀରେସ ମାହାନ୍ତି, ଡିହପଢାଳ ସରପଞ୍ଚ ପ୍ରତିନିଧି ସୁବାଷ ବରାଡ଼, ଅଶୋକ ପ୍ରଧାନ, ସତୀଶ ଗୌଡ଼, ରାଜେଶ ଗୌଡ଼ଙ୍କ, ପ୍ରେମାନନ୍ଦ ତ୍ରିପାଠୀ, ଆବାସ ଅଲି,ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।