ଭଞ୍ଜନଗରରେ କେଏସୟୁବି କଲେଜରେ ହେବ ଜାତୀୟସ୍ତରର ଖେଳପଡିଆ

ଭଞ୍ଜନଗର ୧୪/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗରରେ ଜାତୀୟ ସ୍ତରର ଖେଳ ପଡିଆ ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉଦ୍ୟମ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟକୁ ଲାଗି ଏକ ଜାତୀୟ ସ୍ତରର ଖେଳ ପଡିଆ ହେବ। ତେଣୁ ବିଧାୟକ ନାୟକ ଗୁରୁବାର କଲେଜ ପରିଦର୍ଶନରେ ଆସି କ’ଣ ସବୁ ବିକାଶ ହୋଇପାରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ୧୬ ତାରିଖରେ କଲେଜରେ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଅଛି। ସେଥିରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଉକ୍ତ କାର୍ଯ୍ୟକ୍ରମ ଯେଭଳି ସଫଳ ହେବ ବିଧାୟକ ସମୀକ୍ଷା କରିଥିଲେ। ବିଧାୟକଙ୍କ ଗସ୍ତ ବେଳେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ ରଥ, ହର ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।