ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା: 46 ମୃତ, ଶତାଧିକ ନିଖୋଜ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ବାଦଲ ଫଟା ବର୍ଷା । ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା 46 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହାତ ହୋଇଛନ୍ତି ଏବଂ ଅନେକ ନିଖୋଜ ରହିଛନ୍ତି । କିସ୍ତୱାର ଜିଲ୍ଲାର ମାଚୈଲ ମାତା ମନ୍ଦିରକୁ ଯିବା ରାସ୍ତାରେ ଥିବା ଏକ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ପ୍ରଖର ଜଳ ସ୍ରୋତରେ ଭାସିଯାଇ 46 ଜଣ ବ୍ୟକ୍ତିଙ୍କ ମୃତ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛି । ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ଜମ୍ମୁ ଓ କାଶ୍ମୀରରେ ବାଦଲ ଫଟା ବର୍ଷା:ଏହି ଘଟଣାକୁ ନେଇ କିସ୍ତୱାରର ଡେପୁଟି କମିଶନର ପଙ୍କଜ ଶର୍ମା କହିଛନ୍ତି,”କିସ୍ତୱାରର ଚାଶୋଟି ଅଞ୍ଚଳରେ ହଠାତ୍ ବନ୍ୟା ଆସିଛି, ଯାହା ମାଚୈଲ ମାତା ଯାତ୍ରାର ଆରମ୍ଭ ସ୍ଥଳ । ବାଦଲ ଫଟା ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିରେ 46 ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଦୁଇଟି ଏନଡିଆରଏଫର ଟିମକୁ ଘଟଣା ସ୍ଥଳକୁ ପଠାଯାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।”

ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା:ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା Xରେ ଲେଖିଛନ୍ତି, ‘କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜମ୍ମୁର କିସ୍ତୱାର ଅଞ୍ଚଳର ପରିସ୍ଥିତି ବିଷୟରେ ଅବଗତ କରିଛି । ଖବରଟି ଅତ୍ୟନ୍ତ ଗମ୍ଭୀର ଏବଂ ସଠିକ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖୁବ ଶୀଘ୍ର ଏ ସମ୍ପର୍କରେ ସବିଶେଷ ପ୍ରଦାନ କରାଯିବ ।

’ଆମେ ପରିସ୍ଥିତି ଉପରେ କଡ଼ା ନଜର ରଖିଛୁ: ଅମିତ ଶାହକେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ୍ସରେ ଲେଖିଛନ୍ତି ,”କିସ୍ତୱାର ଜିଲ୍ଲାରେ ମେଘ ଫାଟିବା ଘଟଣା ସମ୍ପର୍କରେ ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛି । ସ୍ଥାନୀୟ ପ୍ରଶାସନ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ କରୁଛି। ଏନଡିଆରଏଫ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି । ଆମେ ପରିସ୍ଥିତି ଉପରେ କଡ଼ା ନଜର ରଖିଛୁ ଏବଂ ପ୍ରତ୍ୟେକ ପରିସ୍ଥିତିରେ ଜମ୍ମୁ ଓ କାଶ୍ମୀର ଲୋକଙ୍କ ସହିତ ଦୃଢ଼ ଭାବରେ ଠିଆ ହେବୁ । ଅଭାବୀ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦିଆଯାଇଛି ।

“ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ:କିସ୍ତୱାରରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ନିଜ ଏକ୍ସରେ ଲେଖିଛନ୍ତି, ‘ଜମ୍ମୁ ଏବଂ କାଶ୍ମୀରର କିସ୍ତୱାରରେ ବାଦଲ ଫଟା ବର୍ଷା ଏବଂ ବନ୍ୟା ପ୍ରଭାବିତ ସମସ୍ତଙ୍କ ପାଇଁ ମୋର ସମବେଦନା ଏବଂ ପ୍ରାର୍ଥନା । ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଚାଲିଛି । ଆବଶ୍ୟକ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ।’