ଗଠନ ହେବ 12ଟି ନୂଆ ଏନଏସି; ନଗର ଉନ୍ନୟନ ବିଭାଗର ଚିଠା ପ୍ରସ୍ତାବ

ଭୁବନେଶ୍ୱର: ରାଜ୍ୟରେ ଗଠନ ହେବ ଆଉ 12 ଟି ନୂଆ ଏନଏସି । 7 ଜିଲ୍ଲାରେ 12ଟି ଏନଏସି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । 12ଟି ନୂଆ ଏନଏସି ଗଠନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ପ୍ରସ୍ତାବ ଜାରି ହୋଇଛି ।ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ 7 ଜିଲ୍ଲାରେ 12ଟି ନୂଆ ଏନଏସି ଗଠନ ପାଇଁ ବିଜ୍ଞପ୍ତି । ଅନୁଗୁଳ, ସମ୍ବଲପୁର, ବାଲେଶ୍ବର, ମୟୁରଭଞ୍ଜ, ରାୟଗଡା, ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ଗଠନ ହେବ ନୂଆ ଏନଏସି । ଅନୁଗୁଳ ଜିଲ୍ଲାର ପାଳଲହଡା, ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର, ବାଲେଶ୍ଵର ଜିଲ୍ଲାର ସିମୁଳିଆ ଏବଂ ବସ୍ତା, ମୟୁରଭଞ୍ଜ ଜିଲ୍ଲାର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡା, ରାୟଗଡା ଜିଲ୍ଲାର ବିଷମକଟକ, ସମ୍ବଲପୁର ଜିଲ୍ଲାର ବାମରା ଓ ରେଙ୍ଗାଲୀ ଏବଂ ଭଦ୍ରକର ତିହିଡି ଏବଂ ଧୁସୁରିରେ ଏନଏସି ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋକଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ନୂଆ ଏନଏସି ଘୋଷଣା କରିଛନ୍ତି ।

12 ନୂଆ NAC ପାଇଁ ପ୍ରକାଶ ପାଇଲା ଡ୍ରାଫ୍ଟ ନୋଟିସ୍‌ପାଳଲହଡ଼ା, ବୀରମହାରାଜପୁର, ବାଙ୍ଗିରିପୋଷି, ବସ୍ତା, ବେତନଟୀସିମୁଳିଆ, ଚିତ୍ରଡ଼ା, ବିଷମକଟକ, ବାମରା, ରେଙ୍ଗାଲି, ତିହିଡ଼ି, ଧୂଷୁରୀନୂଆ ସରକାର ଆସିବା ପରେ 2024 ନଭେମ୍ବର ୬ ତାରିଖରେ ନୂଆ ମ୍ୟୁନିସିପାଲିଟି ଓ ଏନଏସି ଗଠନ ପାଇଁ ତଥ୍ୟ ମାଗିଥିଲା ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ । ରାଜ୍ୟରେ 57ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ବା ଏନଏସି ଗଠନ ଲାଗି ନବୀନ ସରକାର 2024 ମସିହା ମାର୍ଚ୍ଚ 13 ତାରିଖରେ ଘୋଷଣା କରିଥିଲେ । ସରକାର ତଲବ କରିଥିବା ତଥ୍ୟ ଜିଲ୍ଲାପାଳଙ୍କ ପାଖରୁ ଆସିନଥିବାରୁ ପ୍ରସ୍ତାବ ବାସ୍ତବ ରୂପ ନେବାରେ ବିଳମ୍ବ ହେଉଥିଲା । ତଥ୍ୟ ତୁରନ୍ତ ପ୍ରଦାନ କରିବାକୁ 23 ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ କରିଥିଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ସେହିପରି 5ଟି ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରିବା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବାକୁ ସମ୍ପୃକ୍ତ 5 ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ବିଭାଗ ।

ନୂଆ ସରକାର ଆସିବା ପରେ 2024 ନଭେମ୍ବର ୬ ତାରିଖରେ ନୂଆ ମ୍ୟୁନିସିପାଲିଟି ଓ ଏନଏସି ଗଠନ ପାଇଁ ତଥ୍ୟ ମାଗିଥିଲା ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ । ରାଜ୍ୟରେ 57ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ବା ଏନଏସି ଗଠନ ଲାଗି ନବୀନ ସରକାର 2024 ମସିହା ମାର୍ଚ୍ଚ 13 ତାରିଖରେ ଘୋଷଣା କରିଥିଲେ । ସରକାର ତଲବ କରିଥିବା ତଥ୍ୟ ଜିଲ୍ଲାପାଳଙ୍କ ପାଖରୁ ଆସିନଥିବାରୁ ପ୍ରସ୍ତାବ ବାସ୍ତବ ରୂପ ନେବାରେ ବିଳମ୍ବ ହେଉଥିଲା । ତଥ୍ୟ ତୁରନ୍ତ ପ୍ରଦାନ କରିବାକୁ 23 ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ କରିଥିଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ସେହିପରି 5ଟି ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରିବା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବାକୁ ସମ୍ପୃକ୍ତ 5 ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ବିଭାଗ ।ନୂଆ 12 NAC ଗଠନ ପାଇଁ ବିଜ୍ଞପ୍ତି ଜାରି-ରାଜ୍ୟରେ ନୂଆ 12 ବିଜ୍ଞାପିତ ପରିଷଦ ଗଠନ ପାଇଁ ବିଜ୍ଞପ୍ତି ଜାରିବିଜ୍ଞପ୍ତି ଜାରି କଲା ଗୃହ ଓ ନଗର ଉନ୍ନୟନ ବିଭାଗ7 ଜିଲ୍ଲାର 12 NAC ଗଠନ ପାଇଁ ବିଜ୍ଞପ୍ତି ଜାରି

ବିଜେଡି ସରକାର ଗଞ୍ଜାମର ଭଞ୍ଜନଗର, ଆସ୍କା, ଛତ୍ରପୁର ଏନଏସିକୁ ପୌରସଂସ୍ଥାକୁ ଉନ୍ନିତ କରିବାକୁ ଯୋଜନା କରିଥିଲା । ସେହିପରି 23 ଜିଲ୍ଲାରେ 57ଟି ଏନଏସି ଗଠନ କରିବାକୁ ପ୍ରସ୍ତାବ ରହିଥିଲା । ସମ୍ପୃକ୍ତ ଅଞ୍ଚଳର ରାଜସ୍ୱ ଗ୍ରାମର ଜନସଂଖ୍ୟା, ସୀମାରେଖା, ମ୍ୟାପ, ଯୋଗାଯୋଗ, ସ୍କୁଲ, କଲେଜ, ବଜାର, ସ୍ବାସ୍ଥ୍ୟକେନ୍ଦ୍ର, ଥାନା, ରାଜସ୍ବ ଉତ୍ସ, ଭିତ୍ତିଭୂମି ବାବଦରେ ତଥ୍ୟ ଦେବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖା ଯାଇଥିଲା । ହେଲେ ତଥ୍ୟ ପହଞ୍ଚି ନଥିବାରୁ ବିଭାଗ ପୁଣି ଥରେ ଚିଠି କରିଥିଲା । ପୁରୁଣା ପ୍ରସ୍ତାବ ଓ ବିଧାୟକଙ୍କ ପ୍ରସ୍ତାବକୁ ମିଳିତ କରି ରିପୋର୍ଟ ମାଗିଥିଲା ବିଭାଗ ।ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଘୋଷଣା କରିଥିଲା କହିଥିଲେ ନଗର ଉନ୍ନୟନ ମନ୍ତ୍ରୀ-ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, “ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏହି ଘୋଷଣା କରିଥିଲେ । ମୋହନ ସରକାରରେ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ଆବଶ୍ୟକତାକୁ ଅନୁଭବ କରି ଆମେ ଚିଠି କରିଛୁ । ପୁରୁଣା ପ୍ରସ୍ତାବ ଓ ବିଧାୟକଙ୍କ ପ୍ରସ୍ତାବକୁ ମିଳିତ କରି ରିପୋର୍ଟ ମାଗିଛୁ । ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନେବୁ । ଯେଉଁ ପ୍ରସ୍ତାବ ଯୋଗ୍ୟ ବିବେଚିତ ହେବ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ତାହାକୁ ଏନଏସି କରାଯିବ । “