
ଭଞ୍ଜନଗର ୧୬/୦୮( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ତନରଡ଼ା ଠାରେ ଥିବା ଅଷ୍ଟମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ ରେ ୭୯ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଦୁର୍ଗପତି ସୁଧାକର ମିଶ୍ର ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍କୁଲ ଛତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ଓ ବାଟାଲିୟନ ପରିସରରେ ଏକ ଶୀତ ତାପ ନିୟନ୍ତ୍ରୀତ ଅତ୍ୟାଧୁନିକ ଜିମ କୁ ଉଦଘାଟନ କରିଥିଲେ। ଦୁର୍ଗପତି ସୁଧାକର ମିଶ୍ର। ଅନ୍ୟ ମାନଙ୍କ ମଧ୍ୟରେ ଉପଦୁର୍ଗପତି ଲଳିତ କୁମାର ବାଗ,ପ୍ୟାରେଡ କମାଣ୍ଡର ସହକାରୀ ଦୁର୍ଗପତି ମନୋରଞ୍ଜନ ତରାଇ,ସନ୍ତୋଷ କୁମାର ସାହୁ, ସଫାକତ ଖାନ, ନିରୀକ୍ଷକ ଅମ୍ରିତ କୁମାର ଏକ୍କା, ଉପନିରୀକ୍ଷକ ଗୋପାଳ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀକାନ୍ତ ନାୟକ,ହାବିଲଦାର ଦୁଷ୍ମନ୍ତ ପ୍ରଧାନ, ଲିଙ୍ଗରାଜ ପାଢ଼ୀ, ପ୍ରହଲ୍ଲାଦ ରାଉତ, କିଶୋର କୁମାର ନାୟକ, ଇଶ୍ଵର ଚନ୍ଦ୍ର ଲେଙ୍କା, ଲକ୍ଷ୍ମୀ କାନ୍ତ ନାୟକ, ଜଗନ୍ନାଥ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।