କାର୍ଯ୍ୟରେ ଅବହେଳା ପାଇଁ ଛତ୍ରପୁର ଥାନାଧିକାରି ନିଲମ୍ବିତ

ଛତ୍ରପୁର : ଛତ୍ରପୁର ଥାନାଧିକାରୀ ଭାବେ କାର୍ଯ୍ୟ କରୁଥିବା ଦେବାଶିଷ ମହାନ୍ତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି l କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି l ପୁରୀ ଜିଲ୍ଲା ଡେଲାଙ୍ଗ ଅଂଚଳରୁ ଦେବାଶିଷ ମହାନ୍ତି ଛତ୍ରପୁର ଥାନାକୁ ଥାନାଧିକାରୀ ଭାବେ ଗତ କିଛି ଦିନ ତଳେ ବଦଳି ହୋଇ ଆସିଥିଲେ l ସେ ସରକାରୀ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବାରୁ ତାଙ୍କୁ ବଦଳି କରାଯାଇଥିବା ନେଇ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି lପୂର୍ବରୁ ଦେବାଶିଶ ମହାନ୍ତି ଗଞ୍ଜାମ ଜିଲାର କୋଦଳା ଥାନାରେ କାର୍ଯ୍ୟ କରିଥିଲେ l ପରେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା l ପୁଣି ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନାରେ ଗତ ଫେବୃଆରୀ ୨୪ ତାରିଖରେ ଥାନାଧିକାରୀ ଭାବେ ଯୋଗ ଦେଇଥିଲେ l ଏବେ ସେ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି l ଏବେ ଛତ୍ରପୁର ଥାନାରେ ସବ ଇନସିପେକ୍ଟର ବିଶ୍ୱଜିତ ନାୟକ ଥାନାଧିକାରୀ ଦାୟିତ୍ୱରେ ଥିବା ସୂଚନା ମିଳିଛି l