ଭଞ୍ଜନଗରରେ ରାସନକାର୍ଡ ବାଣ୍ଟିଲେ ଯୋଗାଣ ମନ୍ତ୍ରୀ

ଭଞ୍ଜନଗର ୧୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇ ଦିନିଆ ଭଞ୍ଜନଗର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଶୁକ୍ରବାର ଶ୍ରୀ ପାତ୍ର ଭଞ୍ଜନଗର ରେ ପହଞ୍ଚି ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ବୁଲିବା ସହ ବେଲେଶ୍ବର ମନ୍ଦିର ବୁଲି ଦେଖିଥିଲେ। ପରେ ଶନିବାର ଘୁମୁସର ଉତ୍ତର ବନଖଣ୍ଡ, ଅଟଳ ଯୁବ ବାହିନୀ, ଜାତୀୟ ସେବା ଯୋଜନା ପୁରୁଷ ଶାଖା (୧), ମହିଳା ଶାଖା (୨), ଯୁବ ରେଡକ୍ରସ, ଏନସିସି ଆର୍ମି ୱିଂଙ୍ଗ, ଏନସିସି ନାଭାଲ ୱିଂଙ୍ଗ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଅନୁଷ୍ଠିତ ଗୋଟିଏ ଗଛ ମା’ଙ୍କ ନାମରେ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଯୋଗଦେଇ ଚାରା ରୋପଣ କରିଥିଲେ। ପରେ ପରେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ପହଞ୍ଚି ଉପଖଣ୍ଡର ୨୦ରୁ ଉର୍ଦ୍ଧ୍ୱ ହିତାଧିକାରୀ ଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ରାସନ କାର୍ଡ ବଣ୍ଟନ କରିଥିଲେ। ରାଜ୍ୟ ସରକାର ସବୁ ଯୋଗ୍ୟ ହିତାଧିକାରୀ ଙ୍କୁ ରାସନ କାର୍ଡ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆବେଦନ ପାଇଁ ପୋର୍ଟାଲ ଖୋଲା ଅଛି ରାସନ କାର୍ଡରୁ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ।ଆଗାମି ଦିନରେ ରାଜ୍ୟ ର ସବୁ ଗରିବ ହିତାଧିକାରୀ ଙ୍କୁ ରାସନ କାର୍ଡ ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।କାର୍ଯ୍ୟକ୍ରମ ରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତ ରାୟ,ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଭଞ୍ଜନଗର ବିଡିଓ ଭାରତୀ ଦେବୀ,ଡେପୁଟି କଲେକ୍ଟର ସୁମନ ଘୋଷ,ଭଞ୍ଜନଗର ବ୍ଲକ ଯୋଗାଣ ଅଧିକାରୀ ଶୁଭଶ୍ରୀ ବନଜାଜେନା,ବେଲଗୁଣ୍ଠା ବ୍ଲକ ଯୋଗାଣ ଅଧିକାରୀ ସମ୍ବିତ ପ୍ରତାପ ଦାସ,ଜଗନ୍ନାଥପ୍ରସାଦ ବ୍ଲକ ଯୋଗାଣ ଅଧିକାରୀ ନିଖିଲ କୁମାର ପ୍ରଧାନ,ସୋରଡ଼ା ବ୍ଲକ ଯୋଗାଣ ଅଧିକାରୀ ସୁମନ୍ତ ମଲ୍ଲିକ ଉପସ୍ଥିତ ଥିଲେ।