
ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ରୋମାଣ୍ଟିକ ଫିଲ୍ମ ପରମ ସୁନ୍ଦରୀକୁ ଦର୍ଶକ ବେଶ୍ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ରିଲିଜ୍ ହେବା ପୂର୍ବରୁ ଫିଲ୍ମର ଏକ ଦୃଶ୍ୟ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ପ୍ରଶ୍ନ ଉଠାଇଛନ୍ତି । ଯାହା ଫଳରେ ଏହି ଫିଲ୍ମ ଏହା ବିବାଦର ସମ୍ମୁଖୀନ ହେଉଛି ।ଏପରିକି ଏକ ଧାର୍ମିକ ସମ୍ପ୍ରଦାୟ ମଧ୍ୟ CBFC ଦ୍ୱାରା ଫିଲ୍ମକୁ ଦିଆଯାଇଥିବା ପ୍ରମାଣପତ୍ର ଉପରେ ପ୍ରଶ୍ନ ଉଠାଇଛି । ସିଦ୍ଧାର୍ଥ ମାଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ପରମ ସୁନ୍ଦରୀରେ ଚର୍ଚ୍ଚରେ ପ୍ରଦର୍ଶିତ ରୋମାଣ୍ଟିକ ଦୃଶ୍ୟକୁ ଏକ ଧାର୍ମିକ ସମ୍ପ୍ରଦାୟ କଡ଼ା ଆପତ୍ତି କରିଛି । ସେମାନେ ଏହି ସମ୍ପର୍କରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC), ମୁମ୍ବାଇ ପୋଲିସ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମହାରାଷ୍ଟ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ।ଏକ ଘରୋଇ ଫାଉଣ୍ଡେସନ୍ ର ଓକିଲ ଗଡଫ୍ରେ ପିମେଣ୍ଟା କହିଛନ୍ତି, ‘ସିନେମାଟୋଗ୍ରାଫ୍ ଆଇନ, ୧୯୫୨ ଅନୁଯାୟୀ ପ୍ରତିଷ୍ଠିତ CBFC କୁ ଧାର୍ମିକ ଭାବନାର ସମ୍ମାନକୁ ଧ୍ୟାନରେ ରଖି ଚଳଚ୍ଚିତ୍ରଗୁଡ଼ିକୁ ପ୍ରମାଣପତ୍ର ଦେବାର ଦାୟିତ୍ୱ ଦିଆଯାଇଛି । ସେ କହିଛନ୍ତି, ‘ଚର୍ଚ୍ଚ ଏକ ନିଦ୍ଧିଷ୍ଟ ସମ୍ପ୍ରଦାୟର ପବିତ୍ର ସ୍ଥାନ ଏବଂ ଏଥିରେ ଅଶ୍ଳୀଳ ବିଷୟବସ୍ତୁ ପ୍ରଦର୍ଶନ କରାଯିବା ଉଚିତ୍ ନୁହେଁ ।ଏହି ଦୃଶ୍ୟ କିଛି ସମ୍ପ୍ରଦାୟଙ୍କ ଭାବନାକୁ ମଧ୍ୟ ଆଘାତ ଦେଉଛି । ଯଦି ଏହି ଦୃଶ୍ୟକୁ ଫିଲ୍ମ ଏବଂ ପ୍ରମୋସନାଲ୍ ଭିଡିଓରୁ ହଟା ନ ଯାଏ, ତେବେ ଫାଉଣ୍ଡେସନ୍ ପ୍ରତିବାଦ କରିବାକୁ ଧମକ ଦେଇଛି । ନିଦ୍ଧିଷ୍ଟ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ସେମାନେ ଫିଲ୍ମର ମୁଖ୍ୟ ଚରିତ୍ର, ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ବିରୁଦ୍ଧରେ ଏଫଆଇଆର ପଞ୍ଜିକରଣ କରିବାକୁ ମଧ୍ୟ ଦାବି କରିଛନ୍ତି ।ଏହି ଫିଲ୍ମରେ ସିଦ୍ଧାର୍ଥ ଏବଂ ଜାହ୍ନବୀ କପୁର ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି । ସିଦ୍ଧାର୍ଥ ଜଣେ ପଞ୍ଜାବୀ ପୁଅ ପରମ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ ଜାହ୍ନବୀ କପୁରଙ୍କ ଦ୍ୱାରା ଏକ ଦକ୍ଷିଣ ଭାରତୀୟ ଝିଅର ପ୍ରେମରେ ପଡିଯାନ୍ତି । ତେବେ ପ୍ରଶଂସକମାନେ ଏହି ଫିଲ୍ମର ଟ୍ରେଲରକୁ ବହୁତ ପସନ୍ଦ କରିଛନ୍ତି ଏବଂ ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।ତୁଷାର ଜଲୋଟାଙ୍କ ନିର୍ଦ୍ଦେଶିତ ‘ପରମ ସୁନ୍ଦରୀ’ରେ ରାଜୀବ ଖଣ୍ଡେଲୱାଲ, ଆକାଶ ଦହିୟା ଏବଂ ମନଜୋତ ସିଂହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ୨୯ ଅଗଷ୍ଟ ୨୦୨୫ରେ ସିନେମା ହଲରେ ରିଲିଜ କରିବାର ଯୋଜନା ରହିଛି ।