ରେଲୱେରେ ନିଯୁକ୍ତି ପାଇଁ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ରେଲୱେ ଶିକ୍ଷାର୍ଥୀ ପାଇଁ ୨୪୧୮ ପଦବୀ ଆମନ୍ତ୍ରଣ କରିଛି । ୧୨ ଅଗଷ୍ଟରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନଲାଇନ୍ ମାଧ୍ୟମରେ ଆବେଦନ କରାଯିବ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।ପଦବୀ ବିବରଣୀ : ୨୪୧୮,ଆବେଦନ ତାରିଖ : ୧୨ ଅଗଷ୍ଟରୁ ୧୧ସେପ୍ଟେମ୍ବର ୫ ଟା ପର୍ଯ୍ୟନ୍ତ ଆବେଦନକାରୀ ଆବେଦନ କରିପାରିବେ ।

ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହା ବ୍ୟତୀତ ଏସସି, ଏସଟି ପ୍ରାର୍ଥୀଙ୍କୁ ୫ବର୍ଷର ଛାଡ ମିଳୁଥିବାବେଳେ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଛାଡ ଦିଆଯିବ । ଏଥି ସହିତ ଦିବ୍ୟାଙ୍ଗମାନଙ୍କୁ ୧୦ ବର୍ଷ ଛାଡ ଦିଆଯିବ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ଦଶମ ଏବଂ +୨ ପାସ୍ କରିଥିବା ଆବଶ୍ୟକ । ଏହା ସହିତ ବୋର୍ଡରେ ୫୦% ମାର୍କ ରହିଥିବା ଛଡ଼ା NTC ମଧ୍ୟ ଥିବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନକାରୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଥିଲାବେଳେ ସଂରକ୍ଷିତ ବର୍ଗ ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ କରାଯାଇଛି । ଅଧିକ ବିବରଣୀ ପାଇଁ ସରକାରୀ ୱେବସାଇଟର ସାହାଯ୍ୟ ନେଇପାରିବେ ।

ଆବେଦନ ପ୍ରକ୍ରିୟା :ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।ଏହା ପରେ ହୋମପେଜରେ ଥିବା ଅନଲାଇନ୍ ଆବେଦନର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।ରେଜିଷ୍ଟ୍ରେସନ୍ କରି ଲଗଇନ୍ କରନ୍ତୁ ଏବଂ ସମସ୍ତ ବ୍ୟକ୍ତିଗତ ତଥ୍ୟ ଦେଇ ଫର୍ମ ପୂରଣ କରନ୍ତୁ ।ପରେ ଜରୁରୀ ଡକ୍ୟୁମେଣ୍ଟ ସ୍କାନ କପି ଅପଲୋଡ କରନ୍ତୁ ।ପରେ ଅନଲାଇନ୍ ମାଧ୍ୟମରେ ଧାର୍ଯ୍ୟ ହୋଇଥିବା ଆବେଦନ ଶୁଳ୍କ ଭରନ୍ତୁ ।ଶେଷରେ ଫର୍ମଟିକୁ ଭଲ ଭାବରେ ଚେକ୍ କରି ସବମିଟ୍ କରନ୍ତୁ ଏବଂ ଏହାର ପ୍ରିଣ୍ଟଆଉଟ୍ ବାହାର କରି ସୁରକ୍ଷିତରେ ରଖନ୍ତୁ ।