ଅତି ପ୍ରବଳ ବର୍ଷା ଆଶଙ୍କା, ଆସନ୍ତାକାଲି ମାଲକାନଗିରି ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ମାଲକାନଗିରି : ଅତି ପ୍ରବଳ ବର୍ଷା ପାଇଁ ଆସନ୍ତାକାଲି ମାଲକାନଗିରି ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ । କାଲି ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଯେପରି କୌଣସି ଅଘଟଣ ନ ହେଉ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସବୁ ସରକାରୀ, ବେସରକାରୀ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।ଆସନ୍ତାକାଲି ମାଲକାନଗିରି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ ୱର୍ନିଙ୍ଗ ଆଲର୍ଟ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏବେ ବି ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରବଳ ବର୍ଷା । ଜିଲ୍ଲା ସଦର ମହକୁମାର ରାସ୍ତା ଉପରେ ଲହଡି ମାରୁଛି ବର୍ଷା ପାଣି । 326 ନମ୍ବର ଜାତୀୟ ରାଜପଥରେ ବି ସେଇ ଅବସ୍ଥା । ଯାହାକି ମାଲକାନଗିରିରୁ ଛତିଶଗଡ଼, ତେଲେଙ୍ଗାନାକୁ ସଂଯୋଗ କରୁଛି ।ପୁରା ସହର ଏବେ ଜଳମଗ୍ନ । ଆଗକୁ ଏଭଳି ବର୍ଷା ଲାଗି ରହିଲେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି । ଜିଲ୍ଲାରେରେ ନଅଟି ତଳୁଆ ପୋଲ ରହିଛି । ଯାହାକି ବନ୍ୟ ପାଣି ଆସିଲେ ଜିଲ୍ଲା ଯୋଗାଯୋଗ ବିଚ୍ଛିନ୍ନ ହେବା ସମ୍ଭାବନା ରହିଛି । ଏ ସବୁକୁ ଦୃଷ୍ଟିରେ ରଖି ପୁରା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।