
ବାଙ୍କୀ: ଘୋଳପୁର ସେବା ସମବାୟ ସମିତି କାର୍ଯ୍ୟାଳୟ ଉପରକୁ ବୋମା ମାଡ଼। ବାଙ୍କୀ ଥାନା ଅନ୍ତର୍ଗତ କନ୍ତପହଁରା ଗ୍ରାମ ପଞ୍ଚାୟତର ଘୋଳପୁର ସେବା ସମବାୟ ସମିତି କାର୍ଯ୍ୟାଳୟ ଉପରକୁ ବୋମା ମାଡ଼ ହୋଇଛି। ୩ଟି ବୋମା ମାଡ଼ କରି ଦୁବୃର୍ତ୍ତ ଫେରାର ହୋଇଯାଇଛନ୍ତି। ଗତକାଲି ରାତିରେ ଜଗୁଆଳି ଶୋଇଥିବା ବେଳେ ୩ଟି ବୋମାମାଡ଼ ହୋଇଥିଲା ।ବୋମା ମାଡ଼ରେ ଘରର ଛାତ କ୍ଷତିଗ୍ରସ୍ତ ହୋଇଛି। ଗୋଟିଏ କୋଠରୀର ସଟର ଭାଙ୍ଗି ଯାଇଛି। ସମିତି ସମ୍ପାଦକ ଏ ନେଇ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି। ବୋମାମାଡ଼ର କାରଣ ସ୍ପଷ୍ଟ ହୋଇ ନାହିଁ ।