
ସୋରଡ଼ା ୧୮/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗଡ ପଞ୍ଚାୟତ ର ୫ଟି ବିଦ୍ୟାଳୟ ବର୍ତ୍ତମାନ ଦୟନୀୟ ଅବସ୍ଥାରେ ଚାଲିଛି । ଦୁଇ ଦିନ ହେଲା ଲଘୁଚାପ ଜନିତ ବର୍ଷା ଯୋଗୁଁ ବଡଗଡ ଠାରେ ଥିବା ହାଡୁ ସରାବ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଗୃହ ରେ ପାଣି ଲହଡ଼ା ମାରୁଥିବା ଦେଖିବାକୁ ମିଳିଛି । ସତେ ଯେମିତି ଲାଗୁଛି ଏଠାରେ କୂତ୍ରିମ ବନ୍ଧ ତିଆରି ହୋଇଛି । ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚରେ ବିଦ୍ୟାଳୟ ଗୁଡ଼ିକୁ ୫ଟି ରେ ରୁପାନ୍ତି କରଣ ହୋଇଥିଲେ ମଧ୍ୟ ବିଦ୍ୟାଳୟର କିଛି ଶ୍ରେଣୀଗୃହ ଅବ୍ୟବସ୍ଥା ଘେରରେ ଚାଲିଛି । ଏହି ସ୍କୁଲ ଟି ୫ଟି ରେ ରୁପନ୍ତିକରଣ ହୋଇଛି ସତ କିନ୍ତୁ ଶ୍ରେଣୀ ଗୃହର ଅଭାବ ଥିବା ଯୋଗୁଁ ପିଲା ମାନେ ଭଙ୍ଗା ଘରେ ପାଠ ପଢୁଥିବା କହିଛନ୍ତି ବିଦ୍ୟାଳୟ ପ୍ରଧାନ ଶିକ୍ଷକ । ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କହିଥିବା କଥା ମଧ୍ୟ କହିଛନ୍ତି ଶିକ୍ଷକ। ବର୍ଷା ହେବା ମାତ୍ରେ ଶ୍ରେଣୀ ଗୃହର ଏଭଳି ଅବସ୍ଥା ହଉଥିବା କହୁଛନ୍ତି ଛାତ୍ରଛାତ୍ରୀ ମାନେ। ତେବେ ସରକାର ଙ୍କୁ ଶ୍ରେଣୀଗୃହ ନିର୍ମାଣ କରିବା ପାଇଁ ଅନୁରୋଧ କରିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ। ଅନ୍ୟପଟେ ଖବର ପାଇଁ ସୋରଡ଼ା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପର୍ଥି ହରିକୃଷ୍ଣ ରଥ ପହଞ୍ଚି ପିଲାଙ୍କ ସହିତ କଥାବାର୍ତ୍ତା ହେବା ସହ ଶିକ୍ଷକ ମାନଙ୍କ ସହିତ ଆଲୋଚନା ମଧ୍ଯ କରିଛନ୍ତି।