ବୁଗୁଡ଼ା : ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ିବସିଲା ଅବକାରୀ ପୋଲିସ

ବୁଗୁଡ଼ା ୧୯/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି) ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ ବିଭାଗକୁ ମିଳିଛି ଏକ ସଫଳତା, ଗଞ୍ଜେଇ ଚୋରାଚାଲାଣ ବେଳେ ଯୁବକଙ୍କୁ ମାଡ଼ିବସିଲା ଅବକାରୀ ପୋଲିସ। ଜଣେ ଯୁବକଙ୍କୁ ଗିରଫ କରିବାସହିତ ତାଙ୍କ ଠାରୁ ୫ କିଲୋ ୯୦୦ ଗ୍ରାମ ଗଞ୍ଜେଇ ସହିତ ଗୋଟିଏ ମଟର ସାଇକେଲ କୁ ଜବତ କରିଛି ପୋଲିସ। ଗିରଫ ଯୁବକ ଜଣକ ହେଲେ ବୁଗୁଡ଼ା ନିକଟ ଜଗତପଟଣା ଗ୍ରାମର ରାଜେଶ୍ୱର ନାୟକ। ରାଜେଶ୍ୱର ନିଜ ଗାଡ଼ିରେ ଏକ ବସ୍ତା ରେ ଗଞ୍ଜେଇ ଧରି ନିଜ ଗ୍ରାମକୁ ଯାଉଥିବା ସମୟରେ ଅବକାରୀ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ବୁଗୁଡ଼ା ବୁଦ୍ଧଖୋଲ ରାସ୍ତାରେ ଯୁବକଙ୍କୁ କାବୁ କରିବାରେ ସକ୍ଷମ ହେବାସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗଞ୍ଜେଇ କେଉଁଠାରୁ ଚୋରା ଚାଲାଣ ହେଉଥିଲା ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତି।