ଶାନ୍ତିସ୍ରୋତ ଭବନରେ ଧୂମଧାମରେ ପାଳନ ହେଲା ଜନ୍ମାଷ୍ଟମୀ ଓ ସ୍ବାଧିନତା ଦିବସ

ଭଞ୍ଜନଗର ୧୯/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବ୍ରହ୍ମା କୁମାରୀସ୍ , ଭଞ୍ଜନଗର ତରଫରୁ ଶାନ୍ତି ସ୍ରୋତ ଭବନରେ ୭୯ ତମ ସ୍ବାଧୀନତା ଦିବସ ସହ ଜନ୍ମାଷ୍ଟମୀ ଧୂମଧାମରେ ପାଳନ କରାଯାଇଅଛି। ପୂର୍ବାହ୍ନରେ ଶାନ୍ତି ସ୍ରୋତ ଭବନ ପ୍ରାଙ୍ଗଣରେ ପତାକା ଉତ୍ତୋଳନ ସହ ସଞ୍ଚାଳିକା ସନ୍ତୋଷିନୀ ଭଉଣୀଙ୍କ ଦ୍ଵାରା ସମସ୍ତ ଭାଇଭଉଣୀ ଈର୍ଷା, ଦ୍ୱେଷ, କ୍ରୋଧ, ଅହଙ୍କାର ଭଳି ଦୁର୍ଗୁଣର କବଳରୁ ସର୍ବ ପ୍ରଥମେ ନିଜକୁ ଦୂରେଇ ରଖି ଭାଇଚାରାର ସ୍ନେହ ପ୍ରୀତି ର ବନ୍ଧନରେ ଏକତ୍ରିତ ହୋଇ ଦେଶ ପ୍ରେମର ବହ୍ନିକୁ ପ୍ରଜ୍ବଳିତ କରିବାର ଶପଥ କରିଥିଲେ । ଅପରାହ୍ନ ୩ଘଣ୍ଟିକାରେ ଜନ୍ମାଷ୍ଟମୀ ପାଳନ ହୋଇଥିଲା। ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ ରୂପେ ପାଳନ କରିବାର ଉଦ୍ଦେଶ୍ୟକୁ ସନ୍ତୋଷିନୀ ଭଉଣୀ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ। କୁନି କୁନି ପିଲାଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ଅନୁଷ୍ଠାନର ଭାଇଭଉଣୀଙ୍କ କଳାକୃତିର ପ୍ରଦର୍ଶନ କରାଯାଇଥିଲା । ୨୦୦ରୁ ଉର୍ଦ୍ଧ୍ବ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀ ଉପସ୍ଥିତ ରହିବା ସହିତ ପ୍ରସାଦ ସେବନ କରିଥିଲେ।