
ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମନିକା ବିଶ୍ୱକର୍ମା ବିଜୟୀ ହୋଇ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ମୁକୁଟ ପିନ୍ଧିଥିଲେ । ପୂର୍ବରୁ ୨୦୨୪ ରେ ମନିକାଙ୍କୁ ମିସ୍ ୟୁନିଭର୍ସ ରାଜସ୍ଥାନ ପାଇଁ ଚୟନ କରାଯାଇଥିଲା । ବର୍ତ୍ତମାନ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ର ମୁକୁଟ ଜିତିବା ପରେ, ସେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରୁଥିବାର ଦେଖାଯିବେ ।
ଯାହା ଏହି ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଯାଉଛି ।ମନିକା ବିଶ୍ୱକର୍ମା ପେଶାରେ ଜଣେ ମଡେଲ ଏବଂ ସେ ରାଜସ୍ଥାନର ଗଙ୍ଗାନଗରର ବାସିନ୍ଦା । ହେଲେ, ଗତ କିଛି ବର୍ଷ ଧରି ସେ ଦିଲ୍ଲୀରେ ରହି ତାଙ୍କ ମଡେଲିଂ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ଏବେ ସେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଜିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି । ଏହି ବିଜୟ ପରେ ମନିକା ମଞ୍ଚ ଉପରେ ନିଜର ଖୁସି ପ୍ରକାଶ କରିଥିଲେ ଏବଂ ତାଙ୍କ ପରାମର୍ଶଦାତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ସେ ଏହି କଷ୍ଟକର ଯାତ୍ରା କିପରି ସମାପ୍ତ କରିଥିଲେ ଏବଂ ତାଙ୍କ ପରାମର୍ଶଦାତାମାନେ ତାଙ୍କୁ ଏଥିରେ ବହୁତ ସାହାଯ୍ୟ ମଧ୍ୟ କରିଥିଲେ ।ଏଥି ସହ ଜାଣିରଖନ୍ତୁ ଯେ, ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ର ଟାଇଟଲ ଜିତିବା ପରେ, ମନିକା କହିଥିଲେ ଯେ ସେ ଗଙ୍ଗାନଗରର ବାସିନ୍ଦା ଏବଂ ଦିଲ୍ଲୀରେ ରହି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇଥିଲେ ।
ଆହୁରି ମଧ୍ୟ କହିଥିଲେ ଯେ, ‘ସଂଘର୍ଷ ବଦଳରେ ଆମର ପ୍ରସ୍ତୁତିର ଏକ ଯାତ୍ରା ଅଛି । ମୋର ଯାତ୍ରା ମୋ ସହର ଗଙ୍ଗାନଗରରୁ ଆରମ୍ଭ ହୋଇଥିଲା । ମୁଁ ଦିଲ୍ଲୀ ଆସି ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇଥିଲି । ଆମକୁ ନିଜ ଭିତରେ ଆତ୍ମବିଶ୍ୱାସ ଏବଂ ସାହସ ସୃଷ୍ଟି କରିବାକୁ ପଡିବ । ଏଥିରେ ସମସ୍ତେ ଏକ ବଡ଼ ଭୂମିକା ଗ୍ରହଣ କରିଛନ୍ତି… ଯେଉଁମାନେ ମୋତେ ସାହାଯ୍ୟ କରିଛନ୍ତି ଏବଂ ମୋତେ ଆଜି ମୁଁ ଯେଉଁ ସ୍ଥାନରେ ଅଛି ସେଠାରେ ପହଞ୍ଚାଇଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।