ଆସିକା ଓ ଧରାକୋଟ ବ୍ଲକ ରେ ପାଗଳା କୁକୁର କାମୁଡା ରେ ୧୫ ରୁ ଉର୍ଦ୍ଧ ଆହତ

ଆସିକା :-୨୧/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗତ ଦୁଇ ଦିନ ହେବ ଆସିକା ବ୍ଲକ ର ନୂଆଗାଁ, ବେଣିଆ ଧରାକୋଟ ବ୍ଲକ ର କୁସୁରାବ, ଲକ୍ଷ୍ମୀପୁର, ବରିଗୁଡା ଗ୍ରାମ ରେ ପାଗଳା କୁକୁର ଆକ୍ରମଣ ରେ ଯୁବକ, ବୃଦ୍ଧ, ମହିଳା ମାନେ ଆକ୍ରମଣ ର ଶିକାର ହୋଇଛନ୍ତି l ଘରୁ ବାହାରି ଚାଷ ଜମି କୁ ଯିବା ବେଳେ, ମନ୍ଦିର ରୁ ଫେରିଲା ସମୟରେ, ଶୌଚ ସାରି ଆସୁଥିବା ବେଳେ କିମ୍ବା ରାସ୍ତାରେ ଚାଲିଯିବା ସମୟରେ ହଠାତ କୁକୁର ମାନେ କାମୁଡି ରକ୍ତାକ୍ତ କରିଥିବା ଦେଖିବାକୁ ମିଳିଛି l ଆହତ ମାନଙ୍କୁ ଆସିକା ଉପ ଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ତତ ସହିତ ରାବିଜ ଟୀକା ପ୍ରଦାନ କରାଯାଇଛି l ଆସିକା ମେଡିକାଲ କୁ କୁକୁର କାମୁଡା ରେ ଆସିଥିବା ଲୋକ ମାନେ ହେଉଛନ୍ତି ଆସିକା ବେଣିଆ ଗ୍ରାମର ପୁର୍ଣ ବାସୀ ଜେନା ଓ ନୂଆଗାଁ ର ମାମି ପରିଡା ହୋଇଥିବା ବେଳେ ଧରାକୋଟ ବ୍ଲକ ର କୁସୁରାବ ଗ୍ରାମ ବିପ୍ର ପ୍ରଧାନ, ରମେଶ ଗୌଡ଼, ଅଶ୍ୱିନୀ ଡାକୁଆ, ଇନ୍ଦ୍ର ରାଉତ, କାଶୀନାଥ ଜେନା, ଲକ୍ଷ୍ମୀପୁର ର ବିଶ୍ୱନାଥ ଦାସ, ବାରିଗୁଡା ର ବନମାଳୀ ଦାସ ବୋଲି ଜଣାପଡିଛି l ଗ୍ରାମବାସୀ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ଭୟ ଭିତ ରହିଥିବା କୁହା ଯାଉଛି l ସରକାର ଙ୍କ ପକ୍ଷରୁ ବୁଲା କୁକୁର ମାନଙ୍କ ନିମନ୍ତେ ଆବଶ୍ୟକୀୟ ନିୟମିତ ଟୀକାକରଣ ନହେବା କାରଣ କିମ୍ବା ସେମାନଙ୍କ ମେକିଙ୍ଗ ସିଜେନ ଚାଲି ଥିବାରୁ ତାକୁ କେହି ଘୋଡାଇବାକୁ ଚେଷ୍ଟା କଲେ ସେମାନେ କାମୁଡିବା କୁ ବାଧ୍ୟ ହୁଅନ୍ତି ବୋଲି ପଶୁପ୍ରେମୀ ମତ ରଖିଥିବା ବେଳେ ଅନ୍ୟମାନେ ଅଚାନକ ଲଗାଣ ବର୍ଷା ଯୋଗୁଁ କୁକୁର ମାନେ ବର୍ଷାରେ ଅତ୍ୟଧିକ ଭିଯିଯିବା ଯୋଗୁଁ ପାଗଳ ହୋଇଯାଇଥିବା ଆକଳନ କରାଯାଇଛି ବୋଲି ମତ ପ୍ରକାଶ କରିଛନ୍ତି।