
ଧରାକୋଟ ୨୧/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଧରାକୋଟ ଥାନା ଅନ୍ତର୍ଗତ ଧରାକୋଟ ଗ୍ରାମର ସୁଦେସ୍ତ୍ନା ସାହୁଙ୍କ ଘରୁ ଗତ ୧୯/୦୬/୨୫ ତାରିଖ ରାତିରେ କିଛି ଅଜଣା ବ୍ୟକ୍ତି ସିନ୍ଧୁକ ଭାଙ୍ଗି ଅଧ ତୋଳା ସୁନା, ରୂପା ସାମଗ୍ରୀ,ନଗଦ ପାଞ୍ଚ ହଜାର ଟଙ୍କା, ଲୁଗା ପଟା ସହ ଏକ ଏଣ୍ଡ୍ରେଏଡ ମୋବାଇଲ ଫୋନ ଚୋରି କରି ନେଇଥିଲେ । ଏ ସମ୍ପର୍କରେ ସୁଦେଶ୍ନା ସାହୁ ଧରାକୋଟ ଥାନାରେ ଅଭିଯୋଗ କରିବା ପରେ କେସ ନମ୍ବର ୨୩୫/୨୫ ପ୍ରକାରେ ମାମଲା ରୁଜୁ କରାଯିବା ପରେ ଥାନା ଅଧିକାରି ଚନ୍ଦ୍ରିକା ସ୍ବାଇଁ ଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ଅଭିମନ୍ୟୁ ପାଣ୍ଡେ ଅଧିକ ତଦନ୍ତ ଜାରି ରଖିଥିଲେ । ବୈଷୟିକ ଦଳର ସହାୟତାରେ ଏହି କେସ ସହ ସଂପୃକ୍ତ ଧରାକୋଟ ଥାନା ଅନ୍ତର୍ଗତ ଘୋଡାପଲି ଗ୍ରାମର ବଚନ ଶିକାରୀ (୨୧)ଟାଙ୍ଗୀ ଥାନା ଅନ୍ତର୍ଗତ କୁଞ୍ଜୁର ଗ୍ରାମର ସୁଶାନ୍ତ ପ୍ରଧାନ(୨୫ ) ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମର ସଞ୍ଜୟ ପାତ୍ର (୩୫) ବର୍ଷ ଓ ଚୋରି ସାମଗ୍ରୀ କିଣିଥିବା ଜଂକିଆ ଥାନାର ଅଚ୍ୟୁତପୁର ଗ୍ରାମର ଅରକ୍ଷିତ ରାଉଳ ଙ୍କୁ ଗଞ୍ଜାମ,ବ୍ରହ୍ମପୁର ଓ ଖୋର୍ଦ୍ଧା ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ୪ ଗୋଟି ମୋବାଇଲ ଫୋନ,ସୁନା ମଙ୍ଗଳସୂତ୍ର,ସୁନା ଲକେଟ, ୦୨ ଗୋଟି କାନ ରିଙ୍ଗ ୦୨,ସୁନା ରୋଲ ୧୬, ସୁନା ଲକେଟ ୦୧ତାଲା ଭଙ୍ଗା ରଡ,ଆଧାର, ପାନ, ଏଟିଏମ ଓ ଭୋଟ ପରିଚୟ ପତ୍ର ଜବତ କରାଯାଇଛି । ଅନୁସନ୍ଧାନ ବେଳେ ସେମାନେ ଗଞ୍ଜାମ ,ବ୍ରହ୍ମପୁର ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ହୋଇଥିବା ଚୋରିରେ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ଅଭିଯୁକ୍ତ ଚାରି ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।