ବେଲଗୁଣ୍ଠା: ସୋରଡା ବିଧାୟକଙ୍କ ଗୃହ କାର୍ଯ୍ୟାଦେଶ, ଭତ୍ତା ଓ ରାସନ କାର୍ଡ ବଣ୍ଟନ

ବେଲଗୁଣ୍ଠା ୨୩/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ ଇନଡୋର ହଲ୍ ଠାରେ ଶୁକ୍ରବାର ସରକାରୀ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୬୦୦ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶମୂଳକ ଯୋଜନାରେ ସାମିଲ କରାଯାଇଛି।ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନିଳମଣୀ ବିଷୋୟୀ ଯୋଗଦେଇ ହିତାଧିକାରୀ ଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ,ନୂତନ ରାସନକାର୍ଡ ଓ କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କ ଭତ୍ତା ଯୋଜନାରେ ହିତାଧିକାରୀ ଙ୍କୁ ନୂତନ ଭତ୍ତା ପ୍ରଦାନ କରିଥିଲେ। ଓଡିଶା ସରକାରଙ୍କ ଏହି ଯୋଜନା ଗୁଡିକ ଯୋଗ୍ୟ ହିତାଧିକାରୀମାନେ ପାଇ ସେମାନଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବା ସହ ଜୀବନଧାରଣର ମାନ ପରିବର୍ତ୍ତନ କରିବାରେ ସହାୟକ ହେବ ବୋଲି ବିଧାୟକ ଶ୍ରୀ ବିଷୋୟୀ କହିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ସାଂସଦ ପ୍ରତିନିଧି ରଞ୍ଜନ କୁମାର ରାଉତ, ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ କଳାକୃଷ୍ଣ ପ୍ରଧାନଙ୍କ, ଉପାଧ୍ୟାକ୍ଷା ପ୍ରମିଳା ପ୍ରଧାନ ସମେତ ପଞ୍ଚାୟତ ଜନପ୍ରତିନିଧି ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।