
ବାଲେଶ୍ୱର : ଘରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ମହୁଲଶିକଡ ଗାଁର ରଞ୍ଜନ କୁମାର ସେଣ୍ଢଙ୍କ ଘରୁ ଜବତ ହୋଇଛି ବିସ୍ଫୋରକ । ଘର ଭିତରେ ଓ ବାଡ଼ିରେ ବେଆଇନ ଭାବେ ଏହାକୁ ଗଚ୍ଛିତ ରଖିଥିଲେ । ଖବର ପାଇ ନୀଳଗିରି ଏସଡିପିଓ ଓ ଖଇରା ପୋଲିସ ଚଢଉ କରି ବିପୁଳ ପରିମାଣର ଜିଲୋଟିନ୍ ଏବଂ ପଥର ଖଣି ବ୍ଲାଷ୍ଟିଂରେ ବ୍ୟବହୃତ ବିସ୍ଫୋରକ ଜଵତ କରିଛନ୍ତି । ଏହାକୁ ଶାରୀଶୁଆ ପାହାଡ଼ରେ ବ୍ଲାଷ୍ଟିରେ ବ୍ୟବହାର କରାଯାଉଥିବା ପୋଲିସ ସୂଚନା ଦେଇଛି। ଜବତ ବିସ୍ଫୋରକର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି ।