
ଭୁବନେଶ୍ୱର : ପାତ୍ରପଡ଼ାରେ ହିଟ ଆଣ୍ଡ ରନ ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ରାକ୍ଷୀ ପୂର୍ଣ୍ଣିମା ଦିନ ଗାଡ଼ି ଧକ୍କାରେ ମାଆ,ଝିଅଙ୍କ ମୃତ୍ୟୁ ହୋଇଥିଲା । ଧରାପଡିଲା କିଲର ସ୍କର୍ପିଓ ,ଦୁଇ ଗିରଫ । ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କଲା କମିଶନରେଟ ପୋଲିସ । ଜଣଙ୍କ ନାଁ ସୋହମ ରାଜ ତ୍ରୀପାଠୀ, ସେ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ଜ ଣେ ରୋହନ ରଞ୍ଜନ ରାଉତ,ସେ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ପୁଅ ।ଦୁଇ ଜଣ ଦୁର୍ଘଟଣା ଘଟାଇବା ପରେ ମନାଲି ଫେରାର ହୋଇଯାଇଥିଲେ । ସେଠାରେ ଛୁଟି କାଟି ଦିଲ୍ଲୀରେ ଲୁଚିଥିବା ବେଳେ ମାଡ଼ି ବସିଲା କମିଶନରେଟ ପୋଲିସ । ଘଟଣାରେ ଆଉ କିଏ ସମ୍ପୃକ୍ତ ସେ ନେଇ ଖୋଳତାଡ଼ ଚାଲିଛି । ପୂର୍ବରୁ ଏ ନେଇ ରୋଡ଼ ବ୍ଲକ କରିଥିଲେ ଉତ୍ତ୍ୟକ୍ତ ଲୋକେ ।