ଜଗନ୍ନାଥ ପ୍ରସାଦ: ଆଲୁମିନ ମିଟ ପାଇଁ ଏକାଠି ହେଲେ ୪୫ ବର୍ଷର ପୁରୁଣା ଛାତ୍ର

ଜଗନ୍ନଥପ୍ରସାଦ– ୨୩/୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନଥପ୍ରସାଦ ବ୍ଲକ ବାଙ୍କତରା ସରକାରୀ ରୟତ ନୋଡାଲ ଉଚ୍ଚ ବିଦ୍ୟାପୀଠ ରେ ୪୫ ବର୍ଷ ପୂର୍ବରୁ ଏହି ବିଦ୍ୟାଳୟରେ ପଢୁଥିବା ଛାତ୍ର ମାନେ ଆଜି ଯୋଗ ଦେଇ ଆଲୁମିନ ମିଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ବିଦ୍ୟାଳୟ ରୁ ହାଇସ୍କୁଲ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ଆଜି ବିଭିନ୍ନ ପଦ ପଦବୀ ରେ ଅଛନ୍ତି । ଆଉ କିଛି ମାସପରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ମାନଙ୍କ ମଧ୍ୟରୁ ଶେଷ ଶିକ୍ଷକ ଙ୍କ ଅବସର ନେଇଯିବେ । ଏହାକୁ ଲକ୍ଷ ରଖି ସବୁ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଏକାଠି କରି ବିଦ୍ୟାଳୟ ର ଗାରିମା ବଜାୟ ରଖିବା ପାଇଁ ଏକ ପ୍ରକାର ଉଦ୍ୟମ କରାଯାଇଛି । ବିଦ୍ୟାଳୟର ସ୍ମୃତି କୁ ଉଡିଯିବିତ କରିବା ସହ ପୁରାତନ ଶିକ୍ଷକ ମାନଙ୍କ ବିଷୟରେ ଆଲୋଚନା ହୋଇଥିଲା । ପ୍ରଥମ ପ୍ରଧାନ ଶିକ୍ଷକ ସୁନୀଲ ନାୟକ ଓ ପର। ପ୍ରଧାନ ଶିକ୍ଷକ ବଂଶୀଧର ପଣ୍ଡା ଙ୍କ ଅନୁଶାସନ, ପ୍ରତିଷ୍ଠାତା ସୋମନାଥ ନାୟକଙ୍କ ଉପରେ ଚର୍ଚ୍ଚା ହୋଇଥିଲା । ଏକ କମିଟି ଗଠନ ହୋଇଥିଲା ।ଏଥିରେ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ନାୟକ, ଉପେନ୍ଦ୍ର ନାଥ ପତି,ନଗେନ୍ଦ୍ର କୁମାର ନାୟକ, ବିଭୁତି ଭୂଷଣ ପ୍ରଧାନ, ଲକ୍ଷ୍ମଣ କୁମାର ମଲ୍ଲିକ , ଲକ୍ଷ୍ମୀକାନ୍ତ ରାଉତରାୟ, ମଞ୍ଚ।ସିନ ରହିଥିଲେ । ପ୍ରାରମ୍ଭିକ ସଙ୍ଗୀତ ଭଂଜନଗର ବ୍ଲକ ଏବିଇଓ ସୂର୍ଯ୍ୟ ନାଇକ ଗାନ କରିଥିଲେ । ଜଗନ୍ନାଥ ନାଇକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ବିଚିତ୍ର ପାଣିଗ୍ରାହୀ,ସି ଏଚ ପ୍ରଶାନ୍ତ କୁମାର ପାତ୍ର, ରଜନୀକାନ୍ତ ପାତ୍ର, ସାମ୍ବାଦିକ ଧନଞ୍ଜୟ ପଟ୍ଟନାୟକ, ଶୁଭେନ୍ଦୁ କୁମାର ଗୌଡ଼, ପ୍ରମୋଦ କୁମାର ଗୌଡ଼, ପ୍ରମୁଖ ଉପସ୍ଥିତ ଥିଲେ ।