ଲୁଟ୍ ସୁନା ଅଳଙ୍କାର ଫେରି ପାଇଲେ ଲୋକେ: ଚୋର ଗ୍ୟାଙ୍ଗର ୫ ଗିରଫ

ବ୍ରହ୍ମପୁର: ଲୁଟ୍ ସୁନା ଅଳଙ୍କାର ଫେରି ପାଇଲେ ଲୋକେ । ବ୍ରହ୍ମପୁରରେ ଲୁଟର ଶୀକାର ହୋଇଥିବା ଲୋକଙ୍କୁ ଉଦ୍ଧାର ସାମଗ୍ରୀ ଫେରସ୍ତ । ୧୩ଟି ଲୁଟ୍ ଘଟଣାରେ ପ୍ରାୟ ୨ ଶହ ୫୦ ଗ୍ରାମ ଓଜନର ସୁନା ଓ ଏକ ଲକ୍ଷ ୫୦ ହଜାର ଟଙ୍କା ଲୋକଙ୍କୁ ଫେରାଇଛି ବ୍ରହ୍ମପୁର ପୋଲିସ । ବିଭିନ୍ନ ଚୋରି ମାମଲାରେ ଚୋର ଗ୍ୟାଙ୍ଗର ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ଚୋରି ସାମଗ୍ରୀ ଜବତ କରାଯାଇଥିଲା । ଚୋରିର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଲୁଟ୍ ସୁନା ଅଳଙ୍କାର ଓ ଟଙ୍କା ଫେରସ୍ତ କରିଛି ପୋଲିସ । ଟଙ୍କା ଗହଣା ଫେରସ୍ତ ପାଇ ବ୍ରହ୍ମପୁର ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ । ଏନେଇ କେ. ନୂଆଗାଁ ଓ ଦିଗପହଣ୍ଡିର ପୋଲିସ ଅଧିକାରୀଙ୍କୁ ସମ୍ମାନ ପତ୍ର ପ୍ରଦାନ କରିଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ୍ ଏମ୍ ।