ପୋଲିସ ଉପରେ ଚୋରା ବାଲି ଟ୍ରାକ୍ଟର ଚଢ଼େଇଦେବାକୁ ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ ୩ ଜଣ

କଟକ : ପୋଲିସକୁ ହତ୍ୟା ଉଦ୍ୟମ । ପୋଲିସ ଉପରେ ଚୋରା ବାଲି ଟ୍ରାକ୍ଟର ଚଢ଼େଇଦେବାକୁ ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ୩ ଜଣ ପୋଲିସ। କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣା ଗ୍ରାମର ଘଟଣା ।ବିଶେଷ ସୂତ୍ରରୁ ଚୋରା ବାଲି ଚାଲାଣ ଖବର ପାଇ ସଦର ଥାନା ପୋଲିସ କାଜିପାଟଣା ଗାଁରେ ପହଞ୍ଚିଥିଲା । ବାଲି ଚାଲାଣ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ପୋଲିସ । ହେଲେ ଗାଡ଼ିକୁ ନ ଅଟକାଇ ପୋଲିସ ଉପରେ ଚଢାଇଦେବାକୁ ଉଦ୍ୟମ କରିଥିଲା ଗାଡ଼ି ଚାଳକ । ସାମନାରୁ ହଟଯାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩ ଜଣ ପୋଲିସ । ହେଲେ କିଛି ପୋଲିସ ଆହତ ହୋଇଥିବା ଜଣାପଡ଼ିଛି । ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଛି । ପୋଲିସ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଛି । ଏହି ଟ୍ରାକ୍ଟରଟି କିଛି ଦିନ ତଳେ ବାଲି ଚୋରି ଘଟଣାରେ ଥାନାରେ ଅଟକ ଥିଲା ।