
ପୁରୀ (ବଳରାମ ତ୍ରିପାଠୀ, ଓଡିଶା ଟୁଡେ):ପୁରୀ ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ୍ କାର ପାର୍କିଂ ରେ ଅଘଟଣ। ପାର୍କିଂ ର ପ୍ରଥମ ମହଲା ରୁ ଏକ ବୋଲେରୋ ଗାଡ଼ି ତଳକୁ ଖସି ପଡ଼ିବାରୁ ଗାଡ଼ି ଟି ସମ୍ପୂର୍ଣ ଭାଙ୍ଗି ଯାଇଚି। ଗାଡ଼ି ଡ୍ରାଇଭର ଗୁରୁତର ଆହତ ହୋଇ ପୁରୀ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଆହତ ହୋଇଥିବା ଡ୍ରାଇଭର ହେଉଛନ୍ତି ଭଦ୍ରକ ଧାମରା ମେରାଇନ ଥାନା ବଳଭଦ୍ରପ୍ରସାଦ ଗ୍ରାମର ସଞ୍ଜୟ ସେଠୀ। ତେବେ କିଭଳି କେଉଁ ପରିସ୍ଥିିତି ରେ ଗାଡିଟି ଏକ ମହଲା ରୁ ତଳକୁ ଖସି ପଡିଲା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଶ୍ରୀ ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ କାର ପାର୍କିଂ ରେ ସୁରକ୍ଷା ବ୍ୟବସ୍ଥା ରେ ତ୍ରୁଟି ଥିବା ଜଣାପଡ଼ିଚି। କାର ପାର୍କିଂ ର ଛାତ ଚାରିପଟେ ସୁରକ୍ଷା ପ୍ରାଚୀର ରହିବା ଦରକାର। ହେଲେ ବୋଲେରୋ ଯେଉଁ ଜାଗା ରୁ ତଳକୁ ଖସି ପଡ଼ିଛି ସେହି ପଟେ ଛାତ ରେ ସୁରକ୍ଷା ପ୍ରାଚୀର ନ ଥିଲା। ଯଦି ସୁରକ୍ଷା ପ୍ରାଚୀର ଥାନ୍ତା ଏହି ଭଳି ଅଘଟଣ ହୋଇ ନ ଥାନ୍ତା। ସୌଭାଗ୍ୟ ବସତ୍ କରି ଯାତ୍ରୀ ଉକ୍ତ ଗାଡ଼ି ରେ ନଥିଲେ। ନହେଲେ ଅନେକ ଯାତ୍ରୀ ମୃତାହତ ହୋଇଥାଆନ୍ତେ। ତେବେ ଜଗନ୍ନାଥ ବଲ୍ଲଭ ପାର୍କିଂ ରେ ଉପଯୁକ୍ତ ସୁରକ୍ଷା ନ ନଥିବାରୁ ଗାଡ଼ି ପାର୍କିଂ କରିଥିବା ଡ୍ରାଇଭର ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଗନ୍ନାଥ ବଲ୍ଲଭ କାର ପାର୍କିଂ କାର୍ଯ୍ୟ ଚାଲିଥିବା କାହିଁକି ପ୍ରଥମ ମହଲାରେ ଗାଡ଼ି ପାର୍କିଂ କରାଯାଉଛି ସେ ନେଇ ପ୍ରଶ୍ନ ଉଠୁଚି। ପାର୍କିଂ ସ୍ଥଳ ର ସମ୍ପୂର୍ଣ ନିର୍ମାଣ କାର୍ଯ୍ୟ ପରେ ପାର୍କିଂ ପାଇଁ ଅନୁମତି ରହିବା ଦରକାର ବୋଲି ଶ୍ରୀ ମନ୍ଦିର କୁ ଆସିଥିବା ଭକ୍ତ କହିଛନ୍ତି।