କ୍ରିକେଟ ଦୁନିଆରୁ ଅବସର ନେଲେ ଚେତେଶ୍ବର ପୂଜାରା, ଅଚାନକ କ୍ୟାରିୟରରେ ଲଗାଇଲେ ବ୍ରେକ୍

ଭାରତୀୟ କ୍ରିକେଟରେ ସବୁ ଫର୍ମାଟରୁ ଅବସର ନେଲେ ଚେତେଶ୍ୱର ପୂଜାରା । ଭାରତୀୟ ଟେଷ୍ଟ କ୍ରିକେଟର ଅନ୍ୟତମ ଭରସାଯୋଗ୍ୟ ନମ୍ବର ୩ ବ୍ୟାଟର, ଅବସର ଘୋଷଣା କରିଛନ୍ତି । ୩୭ ବର୍ଷୀୟ ଡାହାଣ ହାତି ବ୍ୟାଟର ପୂଜାରା ୨୦୧୦ରେ, ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହାପରେ ସେ ୧୦୩ ଟି ଟେଷ୍ଟ ଓ ୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୪୩. ୬୦ ହାରରେ ୭୧୯୫ ରନ୍ କରିଛନ୍ତି । ଏଥିରେ ୧୯ଟି ଶତକ ଓ ୩୫ଟି ଅର୍ଦ୍ଧଶତକ ରହିଛି ।ଅନ୍ୟପଟେ ସୋସିଆଲ ମିଡିଆ ’X’ରେ ପୂଜାରା ଲେଖିଛନ୍ତି ଯେ, ଭାରତୀୟ ଜର୍ସି ପିନ୍ଧି, ଜାତୀୟ ସଙ୍ଗୀତ ଗାଇ ଏବଂ ପ୍ରତ୍ୟେକ ଥର ପଡ଼ିଆକୁ ଓହ୍ଲାଇ ସର୍ବୋତ୍ତମ ଚେଷ୍ଟା କରିବା ଅନୁଭୂତିକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ । କିନ୍ତୁ ଦିନେ ନା ଦିନେ ସମସ୍ତ ଭଲ ଜିନିଷର ଅନ୍ତ ହେବା ଆବଶ୍ୟକ । ଅତ୍ୟନ୍ତ କୃତଜ୍ଞତାର ସହିତ ସମସ୍ତ ପ୍ରକାରର ଭାରତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି ବୋଲି ଲେଖିଛନ୍ତି ଚେତେଶ୍ୱର ପୂଜାରା ।

କ୍ରିକେଟରୁ ପୂଜାରାଙ୍କ ଅବସର, ଟେଷ୍ଟ କ୍ରିକେଟର ଥିଲେ କିଙ୍ଗ୍‌:ଟେଷ୍ଟ କ୍ରିକେଟରେ ପୂଜାରାଙ୍କ ବେଶ ଦବବଦା ରହିଥିଲା । ଟ୍ରେଷ୍ଟ କ୍ରିକେଟ ପ୍ରତି ତାଙ୍କର ଧୌର୍ଯ୍ୟପୂର୍ଣଅଣ ଅବଦାନକୁ କ୍ରିଡାପ୍ରେମୀ ଭୁଲିପାରିବେ ନାହିଁ । 36 ବର୍ଷିୟ ପୂଜାରା ଟେଷ୍ଟ କ୍ରିକେଟରେ ଭାରତର ଅଷ୍ଟମ ସର୍ବାଧିକ ରନ ହାସଲକାରୀ । ସେ ଟିମ୍‌ ଇଣ୍ଡିଆ ପାଇଁ 103ଟି ମ୍ୟାଚ ଖେଳି 43.60 ହାରରେ 7,195 ରନ୍ କରିଛନ୍ତି । ଯେଉଁଥିରେ 19 ଶତକ ଏବଂ 35 ଅର୍ଦ୍ଧଶତକ ସାମିଲ ରହିଛି । ତାଙ୍କର ସର୍ବାଧିକ ସ୍କୋର 206 ଅପରାଜିତ । ଟେଷ୍ଟ କ୍ରିକେଟ୍‌ରେ ଛାପ ଛାଡିଥିବା ଏହି ମହାନ ବ୍ୟାଟ୍ସମ୍ୟାନ୍‌ କେବଳ 5 ଟି ଦିନିକିଆରେ ଭାରତକୁ ପ୍ରତିନିଧିତ୍ୱ କରିପାରିଥିଲେ। ଯେଉଁଥିରେ ସେ କେବଳ 51 ରନ୍ କରିପାରିଥିଲେ।ଅଷ୍ଟ୍ରିଲିଆରେ ପୂଜାରାଙ୍କ ଶ୍ରେଷ୍ଠ ବ୍ୟାଟିଂ:2018-19ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଟେଷ୍ଟ ସିରିଜ ଖେଳିଥିଲା । ଏହି ସିରିଜ ଭାରତ ସପକ୍ଷରେ ଯାଇଥିବା କେବଳ ପୂଜାରାଙ୍କ ପାଇଁ । ସେ ଏହି ସିରିଜରେ ଧୂଆଁଧାର ବ୍ୟାଟିଂ କରି ଭାରତୀୟ ଦଳର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ପୂଜାରା 1258 ବଲ୍‌ ସାମ୍ନା କରି ତିନୋଟି ଶତକ ସହିତ ମୋଟ 521 ରନ କରିଥିଲେ ।