ମାଓ ଡମ୍ପରୁ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଉଦ୍ଧାର

ମାଲକାନଗିରି : ମାଓ ଡମ୍ପ ଉଦ୍ଧାର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସକୁ ବଡ଼ ସଫଳତା । ମେଟାଗୁଡା ଜଙ୍ଗଲରେ ମାଓ ଦମନ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ଧରଣର ମାଓ ଡମ୍ପ । ସୁରକ୍ଷାକର୍ମୀଙ୍କୁ ବଡ଼ ଧରଣର କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀ କରୁଥିଲେ ବଡ଼ ଯୋଜନା । ମାଓ ଡମ୍ପରୁ ବିଏଏଲ ଲଞ୍ଚର,କଣ୍ଟ୍ରିମେଡ ଅସ୍ତ୍ର ଭଳି ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । CRPF ର 203 ବାଟାଲିୟନର କୋବ୍ରା ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି।