ବେଗୁନିଆପଡା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବେଗୁନିଆପଡ଼ା ୨୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ସୋମବାର ଦିନ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତିଭାସନଙ୍କ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ।ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡା ବ୍ଲକରେ ସ୍ଥାୟୀ ଗୋଷ୍ଠି ଉନ୍ନୟନ ଅଧିକାରୀ ନିଯୁକ୍ତି, ଅଙ୍ଗାରଗାଁ ଅଂଚଳରେ ଫାଣ୍ଡି ପ୍ରତିଷ୍ଠା ନେଇ, ମଠ ସରସିଂ ସେବା ସମବାୟ ସମିତି ସମ୍ପାଦକଙ୍କ ଦୃବ୍ୟବହାର ସମ୍ପର୍କରେ, ମୁଖ୍ୟମନ୍ତ୍ରୀ ବସ ସେବା ଯୋଗାଇବା, ନୂତନ ଭତ୍ତା, ରାସନ କାର୍ଡ, ଆବାସ ଗୃହ ଯୋଗାଣ, ମନରେଗା, ଆଦି ବିଷୟରେ ପ୍ରାୟ ତିନି ସହ ଅଭିଯୋଗ ଆସିଥିଲା । ରେଡକ୍ରସ ପାଣ୍ଠି ରୁ ଚାରି ଜଣଙ୍କୁ ୨୨୫୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୭ ଜଣଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିଥିଲେ ଜିଲ୍ଲାପାଳ । ପ୍ରତ୍ୟେକ ଅଭିଯୋଗକୁ ଜିଲ୍ଲାପାଳ ପ୍ରତେକ୍ଷ ଭାବେ ଗ୍ରହଣ କରିବା ସହ ଜନ ଶୁଣାଣି ପୋର୍ଟାଲରେ ପଞ୍ଜିକୃତ ହୋଇଥିଲା । ଏଥିସହ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଉପଜିଲ୍ଲାପାଳ ଶିବାଶିଷ ବରାଳ, ଏସ ଡି ପି ଓ ସୁଜିତ କୁମାର ନାୟକ, ଭାରପ୍ରାପ୍ତ ବିଡ଼ିଓ ସସ୍ମିତା ଶତପଥି, ଥାନା ଅଧିକାରୀ ଭଗବାନ ପୂଜାରୀ ଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଏବଂ ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।