
ଭଞ୍ଜନଗର,୨୯/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) : ଭଞ୍ଜନଗର ଥାନା ସାନକୋଦଣ୍ଡା ପଞ୍ଚାୟତ ଅଧୀନ ଚଢ଼େୟାପଲ୍ଲୀ ଗ୍ରାମ ନଦୀରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ହୀନ ନାଇକ(୬୦) । ଶୁକ୍ରବାର ସକାଳୁ ସେ ନିକଟସ୍ଥ ଲୋହରାଖଣ୍ଡି ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ପରିବାର ଲୋକେ କିଛି ସମୟ ପରେ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁଲିସ ମୃତଦେହ ଜବତ କରିବା ସହ କେଶନଂ ୨୯/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।