
ଆଜିଠାରୁ ବିହାରରେ ବହୁ ପ୍ରତୀକ୍ଷିତ ଏସିଆ କପ୍ ହକି ପ୍ରତିଯୋଗିତା ଖେଳାଯିବ । ଏହି ପ୍ରତିଯୋଗିତା ଆସନ୍ତା ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରତିଯୋଗିତାରେ ଏସିଆ ମହାଦେଶର ୮ଟି ଟିମ୍ ମୁହାଁମୁହିଁ ହେବେ । ପୁଲ ଏ’ରେ ଭାରତ ସମେତ ଚାଇନା, ଜାପାନ ଓ କାଜାକସ୍ତାନ ରହିଥିବା ବେଳେ ପୁଲ ବି’ରେ ମାଲେସିଆ, କୋରିଆ, ବାଂଲାଦେଶ ଓ ଚାଇନିଜ ତାଇପେଇ ଭାଗ ନେବେ ।୨୦୨୬ FIH ବିଶ୍ୱକପରେ ସିଧାସଳଖ ପ୍ରବେଶ କରିବେ ଏସିଆ କପ୍ ବିଜେତା । ଆସନ୍ତା ବର୍ଷ ନେଦରଲାଣ୍ଡସ୍ ଏବଂ ବେଲଜିୟମରେ ହେବ FIH ପୁରୁଷ ବିଶ୍ୱକପ । ହରମନପ୍ରୀତ୍ ସିଂହଙ୍କ ନେତୃତ୍ୱରେ ଖେଳିବ ୧୮ ଜଣିଆ ଭାରତୀୟ ଦଳ । ଟିମରେ ୩ ଓଡ଼ିଆ ଅମିତ୍ ରୋହିଦାସ, ଶିଳାନନ୍ଦ ଲାକ୍ରା ଓ ନୀଲମ ସଞ୍ଜୀପ ଖେସ ଖେଳିବେ ।ଭାରତୀୟ ଦଳ: ଗୋଲକିପର-କ୍ରିଷନ ବାହାଦୂର ପାଠକ, ସୂରଜ କାରକେରା । ଡିଫେଣ୍ଡର-ସୁମିତ, ଜର୍ମନପ୍ରୀତ ସିଂ, ସଞ୍ଜୟ, ହର୍ମନପ୍ରୀତ ସିଂ, ଅମିତ ରୋହିଦାସ ଓ ଯୁଗରାଜ ସିଂ । ମିଡଫିଲ୍ଡର-ରାଜିନ୍ଦର ସିଂ, ରାଜ କୁମାର ପାଲ, ହାର୍ଦ୍ଦିକ ସିଂ, ହର୍ମନପ୍ରୀତ ସିଂ ଓ ବିବେକ ସାଗର ପ୍ରସାଦ । ଫରୱାର୍ଡ-ମନଦୀପ ସିଂ, ଶିଳାନନ୍ଦ ଲାକ୍ରା, ଅଭିଷେକ, ସୁଖଜିତ ସିଂ ଓ ଦିଲପ୍ରୀତ ସିଂ । ବିକଳ୍ପ ଖେଳାଳି-ନୀଲମ ସଞ୍ଜୀପ ଖେସ ।