ସୋରଡା: ପୂର୍ବତନ ସରପଞ୍ଚଙ୍କ ପରଲୋକ

ସୋରଡ଼ା.୨୯/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଂଚାୟତ ର ପୂର୍ବତନ ସରପଞ୍ଚ କୃଷକ ନେତା ତଥା କଂଗ୍ରେସ ର ଜଣେ ଦକ୍ଷ ରାଜନେତା ଓ ସମାଜ ସେବକ ଦଣ୍ଡ ପାଣି ଖାଡଙ୍ଗା ଆଊ ଆମ ଗ୍ରହଣ ରେ ନାହାନ୍ତି.ସେ ସ୍ୱାସ୍ଥ୍ୟ ଗତ ଅସୁବିଧା କାରଣରୁ ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ରେ ଦୀର୍ଘ ୧୦ଦିନ ହେବ ଚିକତ୍ସା ହେଉଥିଲେ ସ୍ୱାସ୍ଥ୍ୟ ରେ କିଛି ଉର୍ନତି ନ ଆସିବାରୁ ନିଜ ଝିଅ ଘରେ କିଛି ଦିନ ହେବ ରହୁଥିଲେ. ଆଜି ସକାଳ ୮.୪୫ ମି ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁତାଙ୍କୁ ୮୮ ବର୍ଷ ହୋଇଥିଲା ।ମୃତ ଖବର ଶୁଣି ଅଂଚଳରେ ଶୋକ ର ଛାୟା ଖେଳିଯାଇଛି ।ମୃତ ସମୟରେ ଝିଅ ଜୋଇଁ ନାତି ନାତୁଣୀ ସମସ୍ତେ ପାଖରେ ଉପସ୍ଥିତ ଥିଲେ। ଦେହାନ୍ତ ଖବର ଶୁଣି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ଚନ୍ଦ୍ର ରଥ, ଚନ୍ଦ୍ର ଶେଖର ସାହୁ,ସମାଜସେବୀ ପ୍ରମୋଦ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ସମୟରେ ଶୋକ ଶନ୍ତପ ପରିବାରକୁ ଧର୍ଯ୍ୟ ଓ ସାହସ ଦେବାପାଇଁ ଠାକୁରଙ୍କ ନିକଟରେ ପାର୍ଥନା କରିଛନ୍ତି।ସୋରଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପାର୍ଥି ହରି କୃଷ୍ଣ ରଥ ଉପସ୍ଥିତ ରହିଥିଲେ ।ସ୍ବର୍ଗତ ରଘୁନାଥ ଖାଡଙ୍ଗା ଓ ସ୍ବର୍ଗତ କାଞ୍ଚନ ଖାଡ଼ଙ୍ଗା ଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ଦଣ୍ଡପାଣି ଖାଡ଼ଙ୍ଗା। ସେ ୧୯.୧୧.୧୯୩୭ରେ ଜନ୍ମ ଗ୍ରହଣ କରିଥିଲେ।ଆଜି ତାଙ୍କ ମର ଶରୀର କୁ ନିଜ ପୈତୃକ ଗ୍ରାମ ବା ଜନ୍ମ ମାଟି ଗୋପାଳପୁର ଶାସନକୁ ଆଣିବା ପରେ ଆତ୍ମୀୟ ପରିଜନ ଶେଷ ଦର୍ଶନ କରିଥିଲେ ।ହଜାର ହଜାର ଲୋକଙ୍କ ସମାଗମ ରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।