ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ବିଶାଖାପାଟଣାକୁ ସ୍ଥାନାନ୍ତର

ନବରଙ୍ଗପୁର : ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ଉନ୍ମକ୍ତ ଯୁବକର ଛୁରା ମାଡ଼ରେ ସାମ୍ବାଦିକ ଗୁରୁତର । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସାମ୍ବାଦିକ ଜଣକ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି । ଛୁରା ମାଡ଼ର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଆକ୍ରମଣକାରୀ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ମାଡ଼ ମାରିବା ପରେ ଆକ୍ରମଣକାରି ଯୁବକ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମରେ ।ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସୁମିତ କୁମାର ନବରଙ୍ଗପୁରରୁ ନିଜ ଘର ପାପଡାହାଣ୍ଡିକୁ ମୋଟର ସାଇକଲ ଯୋଗେ ଫେରୁଥିବା ବେଳେ ଅଚାନକ ପାପଡାହାଣ୍ଡି ସ୍ଥିତ “ଜେନା ଦୋକାନ ଛୋକ” ନିକଟରେ ନିଶାସକ୍ତ ଯୁବକ ହରେକୃଷ୍ଣ ବେହେରା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ତେବେ, କୌଶଳ କ୍ରମେ ସୁମିତ ଆକ୍ରମଣକାରୀଙ୍କ ହାତକୁ ଧରି ଖଣ୍ଡାକୁ କାବୁ କରିଥିବା ବେଳେ ଅନ୍ୟ ହାତରେ ଧରିଥିବା ମାରାଣାସ୍ତ୍ରରେ ଆକ୍ରମଣକାରି ସୁମିତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲା । ତାଙ୍କ ଛାତି, ପେଟ, ହାତର ବାହୁ ଭଳି ୪ଟି ସ୍ଥାନରେ ଆକ୍ରମଣକାରି ଛୁରା ମାଡ କରିଥିଲା । ଯନ୍ତ୍ରଣା ରେ ଛଟପଟ ହୋଇ ସାମ୍ବାଦିକ ସୁମିତ ଚିତ୍କାର କରି ଦୌଡ଼ି ଥିବା ବେଳେ ଆଖ ପାଖ ଲୋକ ଉଠି ଆସି ସାମ୍ବାଦିକଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ମେଡିକାଲ ରେ ଭର୍ତି କରିଥିଲେ ।ତେବେ, ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ, ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଉନ୍ନତି ନହେବାରୁ ଡାକ୍ତର ତୁରନ୍ତ ତାଙ୍କୁ ବିଶାଖାପାଟଣା କୁ ସ୍ଥାନାନ୍ତର କରିଥିଲେ । ଅନ୍ୟପଟେ ନିଶାସକ୍ତ ଯୁବକ ହରେକୃଷ୍ଣ ବେହେରାକୁ ସ୍ଥାନୀୟ ଲୋକେ କାବୁ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ମାରାଣାସ୍ତ୍ର ଦେଖାଇ ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଫଳରେ ଲୋକେ ଉତ୍ୟକ୍ତ ହୋଇ ମାଡ଼ ମାରିଥିଲେ । ଆକ୍ରମଣକାରି ହରେକୃଷ୍ଣ ଆହତ ହୋଇଥିବା ବେଳେ ତାଙ୍କ ଭାଇ ଆହତ ଆକ୍ରମଣକାରିଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତି କରିଛନ୍ତି ।ସୂଚନଯୋଗ୍ୟ ଯେ- ଆକ୍ରମଣକାରି ଯୁବକ ହରେକୃଷ୍ଣ ବେହେରା, ଗତକାଲି ଠାରୁ ହାତରେ ମାରାଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରିବା ସହ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରାଇଥିଲେ । ଯାହାକୁ ନେଇଁ ଆଜି ସାମ୍ବାଦିକ ସୁମିତ କୁମାର ଘଣ୍ଟ ପାପଡାହାଣ୍ଡି ପୋଲିସକୁ ଖବର ଦେଇଥିବାକୁ ନେଇଁ ଯୁବକ ଜଣକ ସାମ୍ବାଦିକ ସୁମିତଙ୍କ ଉପରେ ଉତକ୍ଷିପ୍ତ ହୋଇଥିଲା । ଏଥିସହ ସାମ୍ବାଦିକ ସୁମିତଙ୍କୁ ଆକ୍ରମଣ କରିଥିଲା ।