ପୋଲିସ ପରିଚୟ ଦେଇ ଯୁବତୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା, ଅଭିଯୁକ୍ତ ଗିରଫ

କଟକ : ପୋଲିସ ପରିଚୟ ଦେଇ ଲୁଟ୍ । ଯୁବତୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା । ନୟାଗଡ ଜିଲ୍ଲାର ପ୍ରତାପ କୁମାର ଦାସଙ୍କୁ ଗିରଫ କରିଛି କଟକ ଲାଲବାଗ ଥାନା ପୋଲିସ । ଅଭିଯୁକ୍ତ ଠାରୁ ନଗଦ ୩୦ ହଜାର ଟଙ୍କା ଜବତ ହୋଇଛି। ସୋସିଆଲ ମିଡିଆ ଜରିଆରେ ଜଣେ ଯୁବତୀଙ୍କ ସହ ଅଭିଯୁକ୍ତର ସମ୍ପର୍କ ହୋଇଥିଲା ।ନିଜକୁ ପୋଲିସ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ଭାବେ ପରିଚୟ ଦେଇଥିଲେ । ପତ୍ନୀଙ୍କୁ ଛାଡପତ୍ର ଦେଇ ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ବି ଦେଇଥିଲେ । ପରେ ଉପାନ୍ତ ଅଞ୍ଚଳକୁ ବଦଳି ରୋକିବାକୁ ଟଙ୍କା ଦେବାକୁ କହି ଯୁବତୀଙ୍କ ଠାରୁ ୧ଲକ୍ଷ ୬୪ ହଜାର ନେଇଥିଲା ଅଭିଯୁକ୍ତ । ପରେ ଆଉ ଟଙ୍କା ଫେରାଇନଥିଲେ । ଯୁବତୀ ଜଣକ ବାରମ୍ବାର ଟଙ୍କା ମାଗିବାରୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ ସହ ଜୀବନରୁ ମାରିଦେବାକୁ ଦମକ ଦେଇଥିଲେ । ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତା ନାଁରେ ଖଣ୍ଡଗିରି ଥାନାରେ ଏକ ମାମଲା ରହିଛି ।