ଏସିଆ କପର ମ୍ୟାଚ୍ ଟାଇମିଂରେ ପରିବର୍ତ୍ତନ, ନିର୍ଦ୍ଧାରିତ ସମୟ ଠାରୁ ଅଧା ଘଣ୍ଟା ଆଗୁଆ ହେବ ମ୍ୟାଚ୍

ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ୨୦୨୫ । ଆବୁଧାବିର ଶେଖ ଜାୟଦ ଷ୍ଟାଡିଅମ ଏବଂ ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିଅମରେ ଖେଳାଯିବ ମ୍ୟାଚ । ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ୟୁଏଇ କ୍ରିକେଟ୍ ବୋର୍ଡ ଶନିବାର ମ୍ୟାଚ୍ ସମୟରେ କିଛିଟା ପରିବର୍ତ୍ତନ କରିଛି । ଏସିଆ କପ୍‌ର ୧୯ଟିରୁ ୧୮ଟି ମ୍ୟାଚ୍‌ ଆରମ୍ଭ ହେବାର ସମୟ ଅଧ ଘଣ୍ଟା ପଛକୁ କରି ଦିଆଯାଇଛି ।ସଂଶୋଧିତ ସମୟ ଅନୁସାରେ ଏବେ ମ୍ୟାଚ୍ ସ୍ଥାନୀୟ ସମୟ ସନ୍ଧ୍ୟା ୬ଟା ୩୦(ଭାରତୀୟ ସମୟ ରାତି ୮ଟା)ରେ ଆରମ୍ଭ ହେବ । ଏଥର ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ। ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୟୁଏଇର ଦୁଇଟି ସହର ଦୁବାଇ ଓ ଆବୁଧାବିରେ ଖେଳାଯିବ।ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ସମୟରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିପାରେ ଏବଂ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ବି ଗରମ ଅନୁଭୂତ ହୋଇପାରେ । ଏମିତି ଭୀଷଣ ଗରମରୁ ବଞ୍ଚିବା ପାଇଁ କ୍ରିକେଟ୍ ବୋର୍ଡ ମ୍ୟାଚ୍‌ ସମୟ ଆଉ ଟିକେ ଘୁଞ୍ଚାଇବାକୁ ପ୍ରସାରଣକାରୀଙ୍କୁ ଅନୁରୋଧ କରିଥିଲା । ଏବେ ସମସ୍ତ ଦିବାରାତ୍ର ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ ।୧୯ଟି ମ୍ୟାଚ୍‌ରୁ କେବଳ ଗୋଟିଏ ମ୍ୟାଚ୍‌ର ସମୟ ଅପରିବର୍ତ୍ତିତ ରହିଛି । ଏହି ମୁକାବିଲା ୟୁଏଇ ଓ ଓମାନ ମଧ୍ୟରେ ଖେଳାଯିବ । ସେପ୍ଟେମ୍ବର ୧୫ରେ ଆବୁଧାବିର ଜାୟଦ କ୍ରିକେଟ୍ ଷ୍ଟାଡିଅମରେ ଏହି ମ୍ୟାଚ୍ ସ୍ଥାନୀୟ ସମୟ ଅନୁସାରେ ୬ଟା ୩୦ରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ହଂକଂ । ସେପ୍ଟେମ୍ବର ୧୦ରେ ଭାରତ ୟୁଏଇ ବିପକ୍ଷ ମ୍ୟାଚରୁ ନିଜର ଅଭିଯାନ ଆରମ୍ଭ କରିବ । ଏହାପରେ ପାକିସ୍ତାନ ବିପକ୍ଷରେ ୧୪ ସେପ୍ଟେମ୍ବର ଖେଳିବ ।