
କଟକ: ଦିନେ ମହାନଦୀକୁ ପହଁରିବାକୁ ଯାଇଥିଲେ, ନଦୀରେ ପହଁରୁଥିବା ବେଳେ ଆଖିରେ ପଡିଲା କାନୋଇଂ ବୋଟ । କେହି ଜଣେ ତାଙ୍କ ପାଖ ଦେଇ ବୋଟରେ ବସି ନୌଚାଳନା କରୁଥିଲେ । କିନ୍ତୁ ସେ କେବେ ଭାବିନଥିଲେ ଏହି ବୋଟରେ ବସି ଦିନେ ସେ ଗୋଲ୍ଡ ମେଡାଲ ଜିତିବେ ଓ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାର ସୁଯୋଗ ପାଇବେ । ମାଛମାରୀ ଚଳୁଥିବା ପରିବାରରୁ ବାହାରି ସେ ଏବେ ପ୍ରେରଣା ପାଲଟିଛନ୍ତି । ମତ୍ମଜୀବୀଙ୍କ ଝିଅ ଏବେ ଦେଶର କୋଣ ଅନୁକୋଣରେ ପରିଚିତ । ଆମେ କହୁଛୁ କନୋଇଷ୍ଟ ରଶ୍ମିତା ସାହୁଙ୍କ କଥା । ନିକଟରେ ଶ୍ରୀନଗରରେ ଆୟୋଜିତ ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବରେ କାନୋଇଂରେ 2ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ 125 ତମ ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ରଶ୍ମିତାଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ।

କାଶ୍ମୀରର ଡାଲ ହ୍ରଦରେ ପହଞ୍ଚି କାନୋଇଂ କରିବାରେ ରଶ୍ମିତାଙ୍କ ଯାତ୍ରା ବେଶ ସଂଘର୍ଷମୟ ଥିଲା । ଆଖି ଆଗରେ ସେ ଅନେକ କଷ୍ଟ ଦେଖିଛନ୍ତି ଓ ଏହାକୁ ସହ୍ୟ କରି ଆଗକୁ ମଧ୍ୟ ବଢିଛନ୍ତି । 2002ରେ କଟକ ଚୌଦ୍ବାରର ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ ରଶ୍ମିତା । ବାପା ଥିଲେ ମତ୍ସ୍ୟଜୀବୀ, ନଦୀରୁ ମାଛମାରି ଆଣି ବିକ୍ରି କରିବା ପରେ ସେହି ଟଙ୍କାରେ ପରିବାର ଚଳୁଥିଲା । 2011ରେ ଯେତେବେଳେ ରଶ୍ମୀତାଙ୍କୁ 9 ବର୍ଷ ହୋଇଥିଲା ସେତେବେଳେ ତାଙ୍କ ବାପା ଦୁର୍ଘଟଣାର ଶିକାର ହୋଇଥିଲେ । ଏହାପରେ ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡିଥିଲା । ଏତିକିରେ ଦୁଃଖ ସରିନଥିଲା, 2015ରେ ଏକ ସଡକ ଦୁର୍ଘଟଣାରେ ସେ ତାଙ୍କ ମାଆଙ୍କୁ ହରାଇଥିଲେ । ଏବେ ପରିବାରରେ ତାଙ୍କ ଭାଇ, ବାପା ଓ ଜେଜେ ମାଆ ରହିଛନ୍ତି ।ଇଚ୍ଛା ଥିଲା ଫୁଟବଲର ହେବାକୁ ହୋଇଗଲେ କାନୋଇଷ୍ଟ:ଖେଲୋ ଇଣ୍ଡିଆ ଜଳକ୍ରୀଡାରେ କପ୍ ପାଇଲେ ରଶ୍ମିତାଖେଲୋ ଇଣ୍ଡିଆ ଜଳକ୍ରୀଡାରେ କପ୍ ପାଇଲେ ରଶ୍ମିତା (@narendramodi)ସ୍କୁଲରେ ପାଠ ପଢିବା ସମୟରେ ପ୍ରତି ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନରେ ରହୁଥିଲେ । ଏମିତିକି ଅନେକ ସମୟରେ ରନିଂ ସହ ଫୁଟବଲ ଖେଳୁଥିଲେ । ଭାବିଥିଲେ ଭବିଷ୍ୟତରେ ଜଣେ ଭଲ ଫୁଟବଲ ଖେଳାଳି ହେବେ । କିନ୍ତୁ ଦିନେ ନଦୀକୁ ସାଙ୍ଗ ସହ ପହଁରିବାକୁ ଯାଇଥିବା ବେଳେ ବଦଳିଯାଇଥିଲା ଜୀବନର ଟ୍ରାକ । ନଦୀରେ କାନୋଇଂ ବୋଟ ଦେଖି ଏହି ଖେଳ ପ୍ରତି ବଢିଥିଲା ଆଗ୍ରହ । ସାଙ୍ଗଠୁ ପରାମର୍ଶ ନେଇ ବାପାଙ୍କୁ କାନୋଇଂ ପାଇଁ କଟକ ଜଗତପୁରରେ ଥିବା ସାଇ ସ୍ପୋର୍ଟ୍ସ ସେଣ୍ଟରରେ ପହଞ୍ଚିଥିଲେ । ଏହାପରେ ଆରମ୍ଭ ହୋଇଥିଲା ରଶ୍ମିତାଙ୍କ କାନୋଇଂ ଯାତ୍ରା ।ଏନେଇ ରଶ୍ମିତା କହିଛନ୍ତି, “ସଂଘର୍ଷ ତ ନିଶ୍ଚିନ୍ତ ଥିଲା, ତାହା ଭିତରୁ ବାହାରି ଆଗକୁ ଯାଇ ନା କରିବା ବଡ କଥା । 2017ରୁ ମୁଁ କାନୋଇଂ କରୁଛି । ଜଗତପୁର ମହାନଦୀ ପାଖରେ ଥିବା ସାଇ ଓ୍ବାଟର ସ୍ପୋର୍ଟ୍ସରେ ମୁଁ ଅଭ୍ୟାସ ଜାରି ରଖିଛି । “କନଷ୍ଟେବଲ ଚାକିରି କରନ୍ତି ରଶ୍ମିତା, ତାଙ୍କ ନୌକାର ସାରଥି କୋଚ ଜନସନ:

ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କ ନୌଚାଳନାକୁ ଅଟକାଇ ପାରିନଥିଲା । ତାଙ୍କର ସଫଳ ନୌକାର ସାରଥି ପାଲଟିଥିଲେ ତାଙ୍କ କୋଚ ଲାଇଶ୍ରମ ଜନସନ ସିଂ । ପ୍ରତି କ୍ଷେତ୍ରରେ ରଶ୍ମିତାଙ୍କୁ ସେ ସହଯୋଗ କରୁଥିଲେ । କାନୋଇଂରେ ଗୋଟିଏ ପରେ ଗୋଟିଏ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଭଲ ପ୍ରଦର୍ଶନ କରି ମେଡାଲ ପରେ ମେଡାଲ ହାସଲ କରିଚାଲିଲେ ରଶ୍ମିତା । ଜାତୀୟସ୍ତରରେ ମେଡାଲ ଜିତିବା ପରେ ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ପୋଲିସରେ କନଷ୍ଟେବଳ ଭାବେ ନିଯୁକ୍ତି ଦେଇଥିଲେ । ଭୁବନେଶ୍ବରର ଏକ ଘରୋଇ ବିଶ୍ବବିଦ୍ୟାଳରେ ସେ ଯୁକ୍ତ 3 କଳାରେ ପାଠ ମଧ୍ୟ ପଢୁଛନ୍ତି ।ଦିନକୁ ପାଣିରେ ବିତାନ୍ତି 8 ଘଣ୍ଟା, ଜିତିଛନ୍ତି 41 ମେଡାଲ:କୋଚ ଲାଇଶ୍ରମ ଜନସନ ସିଂଙ୍କ ସହ ରଶ୍ମିତାକୋଚ ଲାଇଶ୍ରମ ଜନସନ ସିଂଙ୍କ ସହ ରଶ୍ମିତା ପ୍ରତିଦିନ ରଶ୍ମିତା କାନୋଇଂ ପାଇଁ 8 /9 ଘଣ୍ଟା ପରିଶ୍ରମ କରିଥାନ୍ତି । ଯେଉଁଥି ପାଇଁ ସେ ବର୍ତ୍ତମାନ ସୁଦ୍ଧା 41ଟି ମେଡାଲ ହାସଲ କରିସାରିଛନ୍ତି ରଶ୍ମିତା । ଯେଉଁଥିରେ 13ଟି ଗୋଲ୍ଡ,, 14 ଟି ସିଲଭର ଓ 14ଟି ବ୍ରୋଞ୍ଜ ରହିଛି । ଅଗଷ୍ଟ 21ରୁ 13 ତାରିଖ ମଧ୍ୟରେ ଜମ୍ମୁ କାଶ୍ମୀରରେ ଆୟୋଜିତ ହୋଇଥିବା ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବ (Khelo India Water Sports Festival)ରେ ରଶ୍ମିତା ଅଂଶ ଗ୍ରହଣ କରି ଓଡ଼ିଆ ପାଇଁ ଗୌରବ ଆଣିଛନ୍ତି । ସେ କାନୋଇଂ ସିଙ୍ଗିଲ୍ସ ଓ ଡବଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଛନ୍ତି ।ପ୍
ଦିନରେ କ୍ରିକେଟର ଲୋକପ୍ରିୟତା ଅଧିକ ରହିଛି । ଯାହା ଫଳରେ ଅନ୍ୟ କୌଣସି ଖେଳ ପ୍ରତି ଅନେକ ଆଗ୍ରହ ଦେଉନାହାନ୍ତି କି ଜାଣି ମଧ୍ୟ ପାରୁନାହାନ୍ତି । କିନ୍ତୁ ରଶ୍ମିତାଙ୍କ ଏହି ଖେଳକୁ ନୂଆ ପରିଚୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଶ୍ମିତାଙ୍କ ସଫଳତା ପାଇଁ ଆଜି 125 ତମ ମନ୍ କି ବାତ୍ରେ ପ୍ରଶଂସା କରିବା ସହ ଫୋନ ଯୋଗେ କଥା ହୋଇ ଜଳକ୍ରୀଡା ଯାତ୍ରା ସମ୍ବନ୍ଧରେ ପଚାରିଥିଲେ । ଫଳରେ ପୁରା ଦେଶବାସୀଙ୍କ ପାଖରେ ଓଡ଼ିଆ ଝିଅ ରଶ୍ମୀତାଙ୍କ ଜଳକ୍ରୀଡାର ଯାତ୍ରା ପହଞ୍ଚିପାରିଥିଲା । ମୋଦିଙ୍କ ସହ କଥା ହେବା ପରେ ରଶ୍ମିତାଙ୍କ ଖୁସି କହିଲେ ନସରେ ।ଏନେଇ ରଶ୍ମିତା କହିଛନ୍ତି, ” ମୋତେ କୁହାଯାଇଥିଲା ଜଣେ ମନ୍ତ୍ରୀ ମୋ ସହ କଥା ହେବେ, କିନ୍ତୁ ମୁଁ ଜାଣିନଥିଲି ପ୍ରଧାନମନ୍ତ୍ରୀ ମୋ ସହ କଥା ହେବେ । ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ମୋତେ ବହୁତ ଖୁସି ଲାଗିଲା । ଏହା ଏକ ଗର୍ବର ବିଷୟ ମୋ ପାଇଁ ।