
ଭୁବନେଶ୍ବର: ରେଳଲାଇନରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ । ମୃତ ଯୁବକ ହେଲେ ଢେଙ୍କାନାଳର ସନ୍ଦେଶ କୁମାର ଦାଶ । ଆଜି(ରବିବାର) ଭୁବନେଶ୍ବର ପଲାସପଲ୍ଲୀ ବ୍ରିଜ ତଳୁ ରେଳଟ୍ରାକରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ସନ୍ଦେଶ ଜଣେ ଫୁଡ୍ ଡେଲିଭରି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବଡ଼ ଭାଇ ଜଣେ ବ୍ଲଗର । ସେପଟେ ଜିଆରପି ଘଟଣାର ତନାଘନା ଆରମ୍ଭ କରିଛି ।
ସକାଳ ସମୟରେ ସନ୍ଦେଶଙ୍କୁ ମୃତଦେହ ଉଦ୍ଧାର କରାଯାଇଛି । ସନ୍ଦେଶ ଜଣେ ଫୁଡ୍ ଡେଲିଭରି ବୟ ଭାବେ କାର୍ଯ୍ୟ କରୁଥିଲେ । କେଉଁ କାରଣରୁ ତାଙ୍କ ମୃତ୍ୟୁ ହେଲା ଏନେଇ ସନ୍ଦେଶ ପ୍ରକାଶ ପାଇଛି । ପୋଲିସ ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରୁଛି ।କଣ କହିଲେ ମୃତଦେହ ଉଦ୍ଧାରକାରୀ ?ପ୍ରଦୀପ ସେବା ଟ୍ରଷ୍ଟର ମୃତଦେହ ଉଦ୍ଧାରକାରୀ ପ୍ରଦୀପ କୁମାର ପୃଷ୍ଟି କହିଛନ୍ତି, ‘ଆଜି ସକାଳ ୭.୩୦ରେ ରେଳଲାଇନରେ ମୃତଦେହ ପଡିଥିବା ନେଇ ଖବର ଆସିଥିଲା । ସେଠାରେ ପହଞ୍ଚିବା ପରେ ଯୁବକଙ୍କ ମୁଣ୍ଡ ଓ ଶରୀର ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଦେଖିବାକୁ ପାଇଥିଲୁ । ଶରୀର ଘୋଷାରି ହୋଇଯାଇଥିବାରୁ ସେଥିପାଇଁ ଶରୀରରେ ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି ।’

ସନ୍ଦେଶଙ୍କ ମୃତ୍ୟୁକୁ ନେଇ ସନ୍ଦେହ:ପ୍ରଦୀପ କୁମାର ପୃଷ୍ଟି ଆହୁରି କହିଛନ୍ତି, ‘ଏହି ଘଟଣା ସକାଳୁ କିମ୍ବା ବଡିଭୋରରୁ ହୋଇଥାଇପାରେ । ତେବେ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲୁ । ଘଟଣାସ୍ଥଳରେ ଜିଆରପି ପହଞ୍ଚି ତଦନ୍ତ ଆରମ୍ଭ କରିଛି ।’ଘଟଣାସ୍ଥଳରୁ ମିଳିଲା ଏସବୁ:ଘଟଣା ସ୍ଥଳରୁ ଏକ ବାଇକ, ପର୍ସ ଓ ମୋବାଇଲ ଜବତ କରିଛି ପୋଲିସ । ତେବେ ପର୍ସରେ ଥିବା ପ୍ୟାନ କାର୍ଡ ଓ ଏଟିଏମ ଜବତ କରିଛି ପୋଲିସ । ପର୍ସରୁ ମିଳିଥିବା ପରିଚୟ ପତ୍ରରୁ ମୃତଦେହଟି ସନ୍ଦେଶଙ୍କ ହୋଇଥିବା ପୋଲିସ ସ୍ପଷ୍ଟ କରିଛି ।
ସନ୍ଦେହ କରୁଛି ପୋଲିସ:ଏନେଇ GRP ଥାନାର ଆଇଆଇସି ଅଶୋକ ଗୋଚ୍ଛାୟତ କହିଛନ୍ତି, ‘ସକାଳୁ ଗାଡ଼ି ବ୍ରିଜ୍ ଉପରେ ରଖି ସନ୍ଦେଶ ଚାବି ପକେଟରେ ରଖି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେଣୁ ଏନେଇ ଆମେ ତଦନ୍ତ କରୁଛୁ ଏବେ ପୋଷ୍ଟମର୍ଟମ ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଛି । ତାର କଲ୍ ଡିଟେସ ମଗାଯିବ ଓ ତାର କଲ ଲୋକେସନ ମଧ୍ୟ ଟ୍ରାକ ହେବ । ତଦନ୍ତ ପରେ ଜଣାପଡିବ । ତେବେ ସତ୍ୟ ନଗର, ପଞ୍ଜାବୀ କଲୋନୀରେ ଦୁଇ ଭାଇ ରହୁଥିଲେ । ତାଙ୍କ ବଡ଼ଭାଇ ସନ୍ଦୀପ ଦାସଙ୍କୁ ଏନେଇ ଅବଗତ କରାଯାଇଛି । ସନ୍ଦେଶଙ୍କ ବାଇକ୍ ସହ ATM, ପାନ କାର୍ଡ ଆଦିକୁ ଜବତ କରାଯାଇଛି । ଘଟଣାକୁ ନେଇ ତଦନ୍ତ ଜାରି ରହିଛି ।’