ରାଜ୍ୟରେ HIV ସଂକ୍ରମଣ ଭୟ ବଢିଲା, 9000 ଏଡସ୍ ରୋଗୀଙ୍କ ମୁଳିନି ପତ୍ତା –

ଭୁବନେଶ୍ୱର: ରାଜ୍ୟକୁ ବିପଦ ଏଚଆଇଭି । ଏଚଆଇଭିରେ ଘାଣ୍ଟି ହେଉଛନ୍ତି ବିଶେଷକରି ଯୁବ ଗୋଷ୍ଠୀ । ପୁରୁଷ ସହ ପୁରୁଷଙ୍କ ଅପ୍ରାକୃତିକ ଯୌନ ସମ୍ପର୍କ ଯୋଗୁଁ ଏଚଆଇଭି ପଜିଟିଭଙ୍କ ସଂଖ୍ୟା ରାଜ୍ୟରେ ବଢିବାରେ ଲାଗୁଛି । ଯେଉଁଥିରୁ ପାଖାପାଖି ଅଧା ହେଉଛନ୍ତି ଯୁବ ଗୋଷ୍ଠୀ ଶ୍ରେଣୀର । ଅନ୍ୟପଟେ ପଞ୍ଜିକୃତ ଏଚଆଇଭି ରୋଗୀଙ୍କ ମଧ୍ୟରୁ ପାଖାପାଖି 9 ହଜାରରୁ ଅଧିକଙ୍କ ପତ୍ତା ନ ମିଳୁଥିବାରୁ ସଂକ୍ରମଣ ବୃଦ୍ଧିର ଭୟ ଦେଇ ଗତି କରୁଛି ଓଡ଼ିଶା । ଯାହା ବର୍ତ୍ତମାନ ସମୟରେ ଚିନ୍ତାର କାରଣ ପାଲଟିଛି ।

ଏଡସ୍ କବଳରେ ଯୁବବର୍ଗ-ସମଲିଙ୍ଗୀ ସମ୍ପର୍କରୁ ବଢୁଛି HIVଚିନ୍ତା ବଢାଇଲେ ନିଖୋଜ 9000 ଏଡସ୍ ରୋଗୀରାଜ୍ୟରେ ବଢିବ ଏଚଆଇଭି ସଂକ୍ରମଣ !ଭୁଲ ତଥ୍ୟ, ଠିକଣା, ମୋବାଇଲ ନମ୍ବର ଦେଇଛନ୍ତି ଏଡସ୍ ରୋଗୀବିସ୍ଫୋରଣ ଆଡ଼କୁ ଗତି କରୁଛି ଏଚଆଇଭି-Alarming Rise In HIV/AIDS Among Youth Due to Same-Sex Relationships ରାଜ୍ୟରେ ଦିନକୁ ଦିନ ଏଚଆଇଭି ସଂକ୍ରମଣ ବୃଦ୍ଧି ପାଉଛି । ତେବେ ଦେଶରେ ଏଚଆଇଭି ସଂକ୍ରମଣ ତୁଳନାରେ ଓଡିଶା ଯଥେଷ୍ଟ ପରିମାଣରେ କମ ରହିଛି । ହେଲେ ବର୍ତ୍ତମାନ ସମୟରେ ସଂକ୍ରମଣରୁ ବିସ୍ଫୋରଣ ଆଡ଼କୁ ଗତି କରୁଛି ଏଚଆଇଭି । ତେବେ ଏହାରି କବଳରେ ପଡ଼ି ଯାଇଛନ୍ତି ଯୁବ ଗୋଷ୍ଠୀ । କାରଣ ଯୁବ ଗୋଷ୍ଠୀ ଏବେ ପୁରୁଷ ସହ ପୁରୁଷର ଅପ୍ରାକୃତିକ ଯୌନ ସମ୍ପର୍କ କରିବାରେ ବ୍ୟସ୍ତ ଅଛନ୍ତି । ଯାହା ବିଶେଷକରି ୧୮-୧୯ ବର୍ଷରୁ ଆରମ୍ଭ କରି ୪୯ ବର୍ଷ ବୟସ୍କଙ୍କ ମଧ୍ୟରେ ଅଧିକ ଏଚଆଇଭି ଦ୍ୱାରା ସଂକ୍ରମଣ ହେଉଛନ୍ତି । ଯାହାକୁ ନେଇ ସୂଚନା ଦେଇଛି ଏଡସ୍ ନିୟନ୍ତ୍ରଣ ସୋସାଇଟିର ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ସ୍ବାଇଁ ।

ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା ବଢୁଛି-Nearly 46 Thousand HIV Patient In Odisha ରାଜ୍ୟରେ ଅଧିକରୁ ଅଧିକ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା ବୃଦ୍ଧି ପାଉଛି । ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ୬୫ ହଜାର ୨୧୪ ଏଚଆଇଭି ପଜିଟିଭ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି । ଯାହା ୨୦୦୩ ମସିହାରୁ ୨୦୧୫ ଜୁଲାଇ ମାସ ସୁଧା । ଏଥିରୁ ପାଖାପାଖି ୨୬ ହଜାର ୭୩୭ ସଂକ୍ରମିତଙ୍କ ବୟସ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ଚିହ୍ନଟ ହୋଇଛି । ବିଶେଷ ଭାବରେ ଶିକ୍ଷାନୁଷ୍ଠାନ ହେଉ ବା ଘରୋଇ ହଷ୍ଟେଲରେ ରହୁଥିବା ଯୁବପିଢ଼ୀ ମାନେ ଏପରି ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ସୂଚନା ମିଳିଛି । ଏହାରି ମଧ୍ୟରେ ଅବହେଳା କାରଣରୁ ୧୩ ହଜାର ୧୭୭ ଜଣ ଏଚଆଇଭି ପଜିଟିଭଙ୍କ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ରିପୋର୍ଟ କରାଯାଇଛି ।ରାଜ୍ୟରେ ୯ ହଜାର ଏଚଆଇଭି ପଜିଟିଭଙ୍କ ମିଳୁନି ସଂକ୍ରମିତଙ୍କ ପତ୍ତା-ରାଜ୍ୟରେ ଏତିକିରେ ସରିନି ବିପଦ । ରାଜ୍ୟରେ ମୋଟ ପଞ୍ଜିକୃତ ୬୫ ହଜାର ୨୧୪ ଏଚଆଇଭି ପଜିଟିଭଙ୍କ ମଧ୍ୟରୁ ରେଜିଷ୍ଟ୍ରେସନ କରି ମଧ୍ୟ ୪ ହଜାର ସଂକ୍ରମିତଙ୍କ ପତ୍ତା ମିଳୁନଥିବା ବେଳେ ଏହା ପୂର୍ବରୁ ଆହୁରି ୫ ହଜାର ସଂକ୍ରମିତଙ୍କ ପତ୍ତା ମିଳୁନଥିଲା । ତେବେ ରାଜ୍ୟରେ ମୋଟ ଆକାରରେ ଦେଖିଲେ ୯ ହଜାର ସଂକ୍ରମିତଙ୍କ ପତ୍ତା ମିଳୁନଥିବା ସୂଚନା ଦେଇଛନ୍ତି ଏଡସ୍ ନିୟନ୍ତ୍ରଣ ସୋସାଇଟିର ପ୍ରକଳ୍ପ ନିର୍ଦେଶକ ସନ୍ତୋଷ କୁମାର ସ୍ବାଇଁ ।ପତ୍ତା ନ ମିଳୁଥିବାରୁ ସଂକ୍ରମଣ ବୃଦ୍ଧିର ଭୟ-ରାଜ୍ୟରେ ଏତେ ମାତ୍ରାରେ ସଂକ୍ରମଣ ବୃଦ୍ଧିର ଭୟ ରହିଛି । ଯାହା ପରୀକ୍ଷା କରୁଛନ୍ତି ଚିହ୍ନଟ ମଧ୍ୟ ହେଉଛନ୍ତି । ଏହାରି ମଧ୍ୟରେ ସଂକ୍ରମିତମାନେ ମଧ୍ୟ ରେଜିଷ୍ଟ୍ରେସନ କରୁଛନ୍ତି । ହେଲେ ଭୁଲ ମୋବାଇଲ ନମ୍ବର ଓ ଠିକଣା ଦେଇ ଖସିଯାଉଛନ୍ତି । ଯାହାକୁ ନେଇ ବିଭାଗ ଏମାନଙ୍କୁ ଖୋଜୁଛନ୍ତି ହେଲେ ସେମାନଙ୍କର କୌଣସି ପତ୍ତାମିଳିପାରୁ ନାହିଁ । ଏପରିକି ଏମାନଙ୍କ ମଧ୍ୟରୁ ଅନେକ ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି ବା କିଛି ଲୋକ ବାହାର ରାଜ୍ୟରୁ ଆସି ଓଡ଼ିଶାରେ ଟେଷ୍ଟିଂ କରିଥିଲେ ।

ଲୋକ ଲଜ୍ୟା ସହିତ ସାମାଜିକ ବାସନ୍ଦ ଭୟ-ଏଡସ୍ ନିୟନ୍ତ୍ରଣ ସୋସାଇଟିର ପ୍ରକଳ୍ପ ନିର୍ଦେଶକ ସନ୍ତୋଷ କୁମାର ସ୍ବାଇଁ କହିଛନ୍ତି, “ଏପରିକି କିଛି ଲୋକ ସମାଜ ବାସନ୍ଦ ବା ଲାକଲଜ୍ୟାର ଭୟରେ ନିଜ ଭୁଲ ପରିଚୟ ଦେଉଛନ୍ତି । ଏହି ନିଖୋଜ ଏଚଆଇଭି ପିଜିଟିଭ ସଂକ୍ରମିତଙ୍କ ସହ ଅଜାଣତରେ ଯଦି କେହି ଶାରୀରିକ ସଂପର୍କ ରଖନ୍ତି, ତେବେ ପରିସ୍ଥିତି ସଙ୍ଗୀନ ହେବ । ଏନେଇ ବିଭାଗ ପକ୍ଷରୁ ଖୋଜିବା ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି । ପ୍ରତି ଗାଁ ଲୋକଙ୍କୁ ସଚେତନତା କରାଯାଉଛି । ସହରରେ ମଧ୍ୟ ବସ୍ତି ସାହିରେ ଲୋକମାନଙ୍କୁ ମଧ୍ୟ ସଚେତନତା ଅଧିକ କରାଯାଉଛି । ଏଚଆଇଭି ପିଜିଟିଭରୁ ଏଡସ ଏହାର କୌଣସି ଚିକତ୍ସା ନାହିଁ । ହେଲେ ଏଚଆଇଭି ପିଜିଟିଭ ଜଣାପଡ଼ିବା ମାତ୍ରେ ସଂକ୍ରମିତଙ୍କୁ ଆଣ୍ଟି ରେଟ୍ରୋଭାଇରାଲ ଥେରାପି ଏଆରଟି ଦେବା କଥା । ତେବେ ରାଜ୍ୟରେ ୬୫ ହଜାର ୨୧୪ ସଂକ୍ରମିତଙ୍କ ମଧ୍ୟରୁ ୩୬ ହଜାର ମୋଟ ଚିକିତ୍ସିତ ହେଉଛନ୍ତି ।”ଦେଶରେ ଓଡ଼ିଶାର ସ୍ଥିତି କଣ-ଦେଶରେ ଏଚଆଇଭି ସଂକ୍ରମଣରେ ଭଲା ସ୍ଥିତିରେ ରହିଥିଲେ ମଧ୍ୟ ୨୦୩୦ ସୁଧା ସଂକ୍ରମଣ କମେଇବା ପାଇଁ ଯେଉଁ ଟାର୍ଗେଟ ଥିଲା ତାହା ବର୍ତ୍ତନମାନ ସମୟରେ ବୃଦ୍ଧି ପାଉଛି । ଭାରତରେ ଏଚଆଇଭି ସଂକ୍ରମଣ ୦.୨ ପ୍ରତିଶତ ଥିବା ବେଳେ ଓଡିଶାରେ ରହିଛି ୦.୧୨ ପ୍ରତିଶତ କମ ଅଛି । ସେହି ଅନୁସାରେ ୨୦୨୩-୨୪ରେ ନୂଆ ୩ ହଜାର ୪୫୨ ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ୨୦୨୪-୨୫ ଏହା ବୃଦ୍ଧି ଘଟି ୪ ହଜାର ୧୩୨ ପଜିଟିଭ ରେ ପହଁଚିଛି । ତେବେ ୨୦୦୩ରୁ ୬୫ ହଜାର ୨୧୪ ମୋଟ ପଜିଟିଭ ରହିଛନ୍ତି । ତେବେ ଏହାରି ମଧ୍ୟରେ ୧୩୦୦୦ ସଂକ୍ରାମିତଙ୍କ ମୃତ୍ୟୁ ହୋଇସାରିଲାଣି ।ରାଜ୍ୟରେ କେଉଁ ବର୍ଗରେ କେତେ ଏଚଆଇଭି ଚିହ୍ନଟ ହେଉଛନ୍ତି-ତେବେ ରାଜ୍ୟରେ ବଢୁଛି ଏଚଆଇଭି ସତ କିନ୍ତୁ କେଉଁ କେଉଁ ବର୍ଗରେ ଅଧିକ ବଢୁଛି ସେନେଇ ଏଡସ୍ ନିୟନ୍ତ୍ରଣ ସୋସାଇଟିର ତଥ୍ୟ ଅନୁଯାୟୀ, ଯେତିକି ଟେଷ୍ଟି ହେଉଛି ସେହି ଅନୁସାରେ ପଜିଟିଭ ଚିହ୍ନଟ ହେଉଛନ୍ତି । ଯେପରିକି ମହିଳା ୫୧ % ଚିହ୍ନଟ ହେଉଥିବା ବେଳେ ପୁରୁଷ ୮ % , ଟ୍ରାନ୍ସଜେଣ୍ଡାର ୨.୧ %, ଡ୍ରଗସ ବ୍ୟବହାରକାରି ୩ .୪ %, ଦାଦନ ଶ୍ରମିକ ୧ .୬ %, ପରିବହନ କ୍ଷେତ୍ରରେ ନିୟୋଜିତ ଥିବା ଡ୍ରାଇଭର ବା କର୍ମଚାରୀ ୮ %, ଜେଲରେ ୭ % ଚିହ୍ନଟ ହେଉଛନ୍ତି । ତେବେ ଚଳିତ ବର୍ଷ ୭୯ % ଚିହ୍ନଟ ହୋଇଛନ୍ତି ।ଗଂଜାମ କଟକରେ ଏଡ୍ସ ରୋଗୀଙ୍କ ସଂଖ୍ୟା ଅଧିକ-୨୦୩୦ ସୁଦ୍ଧା ଦେଶକୁ ଏଡ୍‌ସ୍‌ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଭାବରେ ଓଡିଶାର ଜିଲ୍ଲା ଗୁଡିକକୁ ଦେଖିଲେ ଗଞ୍ଜାମ ଖୋର୍ଦ୍ଧା ଓ କଟକ ଆଦି ଜିଲ୍ଲାରେ ଏଡ୍‌ସ୍‌ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ଏମାନଙ୍କ ମଧ୍ୟରୁ ଅନେକ ରେଜିଷ୍ଟ୍ରେସନ କରିଥିଲେ ମଧ୍ୟ, ନିଜର ପରିଚୟପତ୍ର ନକଲି ଦେଇ ବାହାରେ ବୁଲୁଛନ୍ତି । ୨୦୩୦ ସୁଦ୍ଧା ଭାରତକୁ ଏଡ୍‌ସ୍‌ ମୁକ୍ତ କରିବା ନେଇ ଅଣ୍ଟା ଭିଡ଼ିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଯଦି ଲୋକମାନେ ସଚେତନ ରହିବେ, ତେବେ ଏହାର ମାତ୍ର କମିବ ବୋଲି ଆଶା ରଖିଛନ୍ତି ରାଜ୍ୟ ଏଡ୍‌ସ୍‌ ନିୟନ୍ତ୍ରଣ ସମିତିର ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ସ୍ବାଇଁ ।ଏନେଇ ସମାଜସେବି ତଥା ଏଚଆଇଭିକୁ ନେଇ ବର୍ଷ ବର୍ଷ ଧରି କାମ କରି ଆସୁଥିବା ଲୋକନାଥ ମିଶ୍ର କହିଛନ୍ତି, “ସଂଖ୍ୟା ବଢ଼ିବାରେ ମୁଖ୍ୟ କାରଣ ହେଉଛି ଅଧିକ ମାତ୍ରାରେ ପରୀକ୍ଷା କରାଯାଉଛି । ଅନେକ ଲୋକମାନେ ଔଷଧ ସଠିକ ସମୟରେ ସେବନ କରୁନାହାନ୍ତି । ଦ୍ୱିତୀୟରେ ଯୁବପିଢ଼ୀ ମାନେ ଅନେକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି । ଏମାନଙ୍କ ପାଖରେ ସବୁ କିଛି ଥିଲେ ମଧ୍ୟ ଅତ୍ୟଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି । ଏମାନଙ୍କ ପାଇଁ ଗୋଟିଏ ମାତ୍ର ବାଟ ଯାହା ବ୍ୟବହାର କମ୍ୟୁନିକେସନ ଆବଶ୍ୟକ । ଏହା ଓଡିଶାରେ ପୂର୍ବରୁ ବହୁ ଆଗରୁ କମିଯାଇଥିଲା । ବର୍ତ୍ତମାନ ଏହା ବଢ଼ିବାରେ ଲାଗୁଛି ।”