
ପୋଲସରା ୩୧/୦୮/୨୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଢୁଙ୍କାପଡା ନୁଆଁସାହି ଛକ ରେ ମୁଖ୍ୟ ରାସ୍ତା ଅବରୋଧ କଲେ ମହିଳା ଓ ପୁରୁଷ l ରାସ୍ତା ଉପରେ ହାଣ୍ଡି ମାଠିଆ ରଖି ଟାୟାର ଜାଳି ପ୍ରତିବାଦ କରିଛନ୍ତି ଲୋକେ l ଫଳରେ ବୁଗୁଡ଼ା ହତିଓଟ ରାଜ୍ୟ ରାଜପଥ ମୁଖ୍ୟରାସ୍ତା ଅବରୋଧ ହୋଇଛି l ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିବା ବେଳେ ବର୍ଷ ବର୍ଷ ଧରି ସାହିରେ ପାଣି ସମସ୍ୟା ଲାଗି ରହିଛି l ସମସ୍ୟା ସମାଧାନ ନେଇ ବହୁବାର ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ରାଜ ରାସ୍ତା କୁ ଓଲ୍ହାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଖବରପାଇ ଆରଡବ୍ଲୁଏସଏସ ଜେଇ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି l