
ସମ୍ବଲପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଉପଦେଷ୍ଟା (advisor)ଶ୍ରୀ ତରୁଣ କପୁର ଆଜି ସମ୍ବଲପୁର ଗସ୍ତ କରି ଜିଲ୍ଲାର ବିଭିନ୍ନ ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପ ଓ ପଦକ୍ଷେପ ଗୁଡ଼ିକର ପ୍ରଗତିକୁ ସମୀକ୍ଷା କରିଛନ୍ତି l ହୀରାକୁଦ ବନ୍ଧ ପରିଦର୍ଶନ ସମୟରେ, ଶ୍ରୀ କପୁର ପୁଞ୍ଜିନିବେଶ ପାଇଁ ରାଜ୍ୟଗୁଡ଼ିକୁ ବିଶେଷ ସହାୟତା” (SASCI) ଅଧୀନରେ ଚାଲୁଥିବା କାର୍ଯ୍ୟଗୁଡ଼ିକୁ ଅବଲୋକନ କଲେ । ହୀରାକୁଦ ପର୍ଯ୍ୟଟନ ଉନ୍ନୟନ ପ୍ରୟାସ ଅଧୀନରେ ବିଭିନ୍ନ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଥିବା ନେଇ ସୂଚନା ଦିଆଯାଇଥିଲା l ଅଧିକାରୀମାନଙ୍କୁ ସ୍ପଷ୍ଟ ସମୟ ମଧ୍ଯରେ ଶୀଘ୍ର କାର୍ଯ୍ୟାରମ୍ଭ କରିବାକୁ ପରାମର୍ଶ ଦେଇଥିଲେ l ଯାହାଦ୍ୱାରା ହୀରାକୁଦକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରାଯାଇପାରିବ।ସମ୍ବଲପୁର ମହାନଗର ନିଗମ ଅଧୀନରେ ଥିବା ପ୍ରମୁଖ ଉନ୍ନୟନ ପ୍ରକଳ୍ପ ସମ୍ବଲପୁର ରିଙ୍ଗ୍ ରୋଡ୍, ସମ୍ବଲପୁର ରେଳୱେ ଷ୍ଟେସନ ପୁନର୍ବିକାଶ ଓ ଭୀମମଣ୍ଡଳୀର ସାଂସ୍କୃତିକ ଐତିହ୍ୟଭିତ୍ତିକ ଉନ୍ନୟନ ମଧ୍ୟ ସମୀକ୍ଷା କରିଥିଲେ । ସମୟସୀମା ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରିବାର ସେ ନିର୍ଦ୍ଧେଶ ଦେଇଥିଲେ l ଏହାସହ ସେ ଦେବ୍ରିଗଡ଼ ପରିଦର୍ଶନ କରିବା ବେଳେ ଏହାକୁ ଭାରତର ଶ୍ରେଷ୍ଠ wildlife sanctuary ଭାବରେ ବିକାଶ କରିବା ପାଇଁ ଏକ ସମଗ୍ର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ